ପିତ୍ତଳ ଥାଳିକୁ ସୁନା ଥାଳି କହି ଦମ୍ପତିଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଠକିନେଲେ ଦୁଇ ମହିଳା

ତାଳଚେର : ସୁନା କି ପିତ୍ତଳ ଜାଣି ପାରିଲେନି କି ଚିହ୍ନିପାରିଲେନି ହରାଇ ବସିଲେ ୧୫ ଲକ୍ଷ ଟଙ୍କା । ସୁନା ପାଣି ଦିଆ ପିତ୍ତଳ ଥାଳିକୁ ସୁନା ଥାଳି ଭାବି ପାଖରେ ରଖିଥିଲେ । ହେଲେ ୨ ଦିନ ପରେ ଯାଞ୍ଚ କରିବାରୁ ଜଣାପଡ଼ିଥିଲା ପିତ୍ତଳ ଥାଳି ବୋଲି । କିନ୍ତୁ ପିତ୍ତଳ ଥାଳିକୁ ସୁନା ଥାଳି କହି ଦମ୍ପତିଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଠକିନେଲେ ଦୁଇ ମହିଳା ।

ହଁ ଆଜ୍ଞା, ତାଳଚେର ଲିଙ୍ଗରାଜ କଲୋନୀରେ ପରିବାର ସହ ରହୁଥିବା ଦୀପକ କୁମାର ବରାଳ ଏବଂ ତାଙ୍କ ସ୍ତ୍ରୀ ପ୍ରଣତୀ ପରିଡାଙ୍କୁ ସୁନା ଥାଳି କହି ଚୁନା ଲଗାଇଦେଲେ । ପିତ୍ତଳ ଥାଳି ଦେଇ ଠକି ନେଲେ ୧୫ ଲକ୍ଷ ଟଙ୍କା । ଏନେଇ ଦୀପକ ଏବଂ ତାଙ୍କ ସ୍ତ୍ରୀ ପ୍ରଣତୀ କଲିୟରୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ତେବେ ଦୀପକ ଏବଂ ତାଙ୍କ ସ୍ତ୍ରୀ ଙ୍କ ସହ ଦୁଇ ଜଣ ଅଜଣା ମହିଳାଙ୍କ ସହ ଗଢ଼ିଉଠିଥିଲା ସମ୍ପର୍କ । କିଛି ଦିନ ସବୁକିଛି ଠିକ୍ ଠାକ୍ ଚାଲିଥିଲା । କିନ୍ତୁ ହାଠତ୍ ଦିନେ ଦୁଇ ମହିଳା ପରିବାର ସଦସ୍ୟ ଅସୁସ୍ଥ ଥିବା ଦର୍ଶାଇ ୨୦ ଲକ୍ଷ ଟଙ୍କା ମାଗିଥିଲେ ଦୀପକ ଏବଂ ତାଙ୍କ ସ୍ତ୍ରୀଙ୍କୁ । ପ୍ରଥମେ ଦୀପକ ତାଙ୍କୁ ଟଙ୍କା ଦେଇ ନ ଥିଲେ । କିନ୍ତୁ ମହିଳା ଦୁଇଜଣ ଦୀପକଙ୍କୁ ଏକ ସୁନା ଥାଳି ର ପ୍ରଲୋଭନ ଦେଖାଇଥିଲେ । ଯେଉଁଥିରେ ଦୀପକ ପ୍ରଲୋଭିତ ହୋଇ ତାଳଚେର ହାଣ୍ଡିଧୁଆଁ ଗାନ୍ଧିଛକ ଠାରେ ପ୍ରଥମେ ୧୫ ଲକ୍ଷ ଟଙ୍କା ଦେଇଥିଲେ । ଆଉ ଦୁଇ ଦିନ ପରେ ବାକି ୫ ଲକ୍ଷ ଟଙ୍କା ଉଭୟେ ମହିଳା ଆସି ନେବେ ବୋଲି କହିଥିଲେ ।

ହେଲେ ସେହି ୧୫ ଲକ୍ଷ ଟଙ୍କା ପାଇ ଛୁ ମାରିଥିଲେ ଦୁଇ ମହିଳା । ଆଉ ମୋବାଇଲ୍ ସୁଇଚ୍ ଅଫ କରିଦେଇଥିଲେ । ଦୁଇ ଦିନ ପରେ ମହିଳା ଉଭୟେ ନ ଆସିବାରୁ ଏବଂ ତାଙ୍କ ସହ କୌଣସି ଯୋଗାଯୋଗ ନ ହୋଇ ପାରିବାରୁ ସନ୍ଦେହ କରି ଦୀପକ ନିକଟସ୍ଥ ଅଳଙ୍କାର ଦୋକାନରେ ସେହି ସୁନା ନାମ୍ନୀ ପତ୍ତଳ ଥାଳିକୁ ପରୀକ୍ଷା କରିଥିଲେ । ସେତେବେ ଯାଇ ସବୁ କଥା ସାମ୍ନାକୁ ଆସିଥିଲା । ଏହା ସୁନା ପାଣି ଦିଆ ପିତଳ ଥାଳି ବୋଲି ଦୀପକ ଜାଣିବାକୁ ପାଇଥିଲେ । ଯାହାକୁ ନେଇ ଦୀପକ କଲିୟରୀ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ । ପୋଲିସ ଏନେଇ ଅଧିକ ଛାନଭିନ ଜାରି ରଖିଛି ।

You might also like