ସାବିତ୍ରୀ ବ୍ରତ ପାଇଁ ସ୍ବାମୀ ଶାଢୀ ନକିଣିବାରୁ ମହିଳାଙ୍କ ଆତ୍ମହତ୍ୟା

ନୟାଗଡ(କେନ୍ୟୁଜ୍‌) : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଚକ୍ରଧରପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସାବିତ୍ରୀ ବ୍ରତ ପାଇଁ ଶାଢ଼ି କିଣିବାକୁ କେନ୍ଦ୍ର କରି ଜଣେ ମହିଳା ଲୁଗାରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଖବର ମିଳିଛି ।

ସୂଚନା ଅନୁଯାୟୀ , ଚକ୍ରଧରପୁର ଗ୍ରାମର ଦିବାକର ସେଠୀ ( ୫୫ ) ଙ୍କର ସ୍ତ୍ରୀ ମାମୀ ସେଠୀ ( ୪୫ ) ଗତକାଲି ସଂଧ୍ୟା ୬ଟା ସମୟରେ ସାବିତ୍ରୀ ବ୍ରତ ନିମନ୍ତେ ଶାଢ଼ି କିଣିବାକୁ ସ୍ବାମୀଙ୍କ ନିକଟରେ ଜିଦ୍‌ କରିଥିଲେ । ମାତ୍ର ସାବିତ୍ରୀ ବ୍ରତ ବହୁତ ଦିନ ଥିବାରୁ ସ୍ବାମୀ କଥାକୁ ଗୁରୁତ୍ବ ଦେଇନଥିଲେ । ଫଳରେ ସ୍ବାମୀ – ସ୍ତ୍ରୀଙ୍କ ମଧ୍ୟରେ କିଛି ସମୟ ଧରି ବଚସା ଲାଗି ରହିଥିଲା । ପରେ ଘରଲୋକ ଖାଇବା ସାରିବାପରେ ଏହାର ସୁଯୋଗ ନେଇ ମାମୀ ଘର ଭିତରେ ଲୁଗା ଲଗାଇ ଝୁଲିପଡ଼ିଥିଲେ ।

କିଛି ସମୟ ପରେ ସ୍ୱାମୀ ତାଙ୍କ ମୃତଦେହ ଝୁଲୁଥିବାର ଦେଖି ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.