ଛୋଟିଆ ଘରୋଇ କଳି ହେଲା କାଳ: ଦେହରେ କିରୋସିନି ଢାଳି ଜୀବନ ହାରିଲେ ମହିଳା

ବାସୁଦେବପୁର(କେନ୍ଯୁଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ପଦ୍ମପୁର ପଂଚାୟତ ଗୋପୀନାଥ ବାଡି ଗ୍ରାମରେ ଘରୋଇ କଳିକୁ କେନ୍ଦ୍ର କରି ଦେହରେ କିରୋସିନି ଢାଳି ମହିଳାଙ୍କ ମୃତ୍ୟୁ ଘଟିଛି । ସେହି ଗ୍ରାମର ଅର୍ଜୁନ ଦାସଙ୍କ ସ୍ତ୍ରୀ ମିନତୀଙ୍କ ସହିତ ସାମାନ୍ୟ ବଚସାକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ସୂଚନା ଅନୁଯାୟୀ ଗତକାଲି ରାତିରେ ପରିବାର ଲୋକଙ୍କ ସହିତ ଖାଇସାରି ନିଜ ଘରେ ଦୁଇ ପୁଅକୁ ନେଇ ମିନତୀ ଶୋଇଥିଲେ । ଅନ୍ୟ ଏକ ଘରେ ତାଙ୍କ ସ୍ୱାମୀ ଅର୍ଜୁନ ଶୋଇଥିଲେ ।

ରିପୋର୍ଟ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମିନତୀ ଘରର ବାହାରେ ଥିବା ଗାଧୁଆ ଘରେ ନିଜ ଦେହରେ କିରୋସିନୀ ଢାଳି ନିଆଁ ଲଗାଇ ଦେଇଥିଲେ । ଦେହରେ ନିଆଁ ଲାଗିଯିବା ପରେ ମିନତୀ ଖୁବ୍ ଜୋରରେ ଚିତ୍କାର କରିଥିଲେ । ଏହାପରେ ମିନତୀଙ୍କ ପାଟି ଶୁଣି  ଅର୍ଜୁନ ଉଠି ଆସି ତୁରନ୍ତ ଗ୍ରାମବାସୀଙ୍କୁ ଡାକ ପକାଇଥିଲେ । ଘଟଣାସ୍ଥଳରେ ଗ୍ରାମବାସୀମାନେ ପହଂଚିବା ବେଳକୁ ମିନତୀ ସଂପୂର୍ଣ୍ଣ ପୋଡିଯାଇ ମୃତ୍ୟୁ ଘଟିଥିଲା । ଖବର ପାଇ ବାସୁଦେବପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିବା ସହିତ ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.