ରଜରେ ବାପ ଘରକୁ ଛାଡିଲେନି ସ୍ବାମୀ, ରାଗରେ ବେକରେ ଦଉଡି ଦେଲେ ସ୍ତ୍ରୀ

ସୋର(କେନ୍ଯୁଜ୍): ରଜରେ ଘରୋଇ କଳିରୁ ବେକରେ ଦଉଡି ଦେଇ ବାଲେଶ୍ବର ଜିଲ୍ଲା ନିଳଗିରି ଥାନା କେଶରିପୁର କୁଶଗଢିଆ ଗ୍ରାମର କରୁଣାକର ମଲିକଙ୍କ ସ୍ତ୍ରୀ ସବିତା ମଲିକ ଆତ୍ମହତ୍ଯା କରିଛନ୍ତି । ଘଟଣାରୁ ପ୍ରକାଶ ସବିତା ମଲିକ ରଜ ପାଇଁ ନିଜ ବାପ ଘରକୁ ଯିବା ପାଇଁ ଜିଦ୍ ଧରିଥିବା ବେଳେ କରୋନା କଟକଣା ପାଇଁ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳି ଲାଗିଥିଲା । ପରେ ଘରେ କେହି ନଥିବା ବେଳେ ସବିତା ବେକରେ ଦଉଡି ଦେଇ ଆତ୍ମହତ୍ଯା କରିଥିଲେ । ପରିବାର ଲୋକ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତର ଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନା ମୁତାବକ ସୋର ପୋଲିସ୍ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ବେଳେ ସ୍ବାମୀ କରୁଣାକରକୁ ଇଶ୍ବରପୁର ଫାଣ୍ଡିରେ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ୍ । ସେହିପରି ସୋର ଥାନା ସବିରା ଅଞ୍ଚଳର ତପିସା ଗ୍ରାମରେ ଉମାକାନ୍ତ ସାହୁଙ୍କ ସ୍ତ୍ରୀ ସସ୍ମିତା ସାହୁ ଘରୋଇ କଳିରୁ ବେକରେ ଦଉଡି ଦେଇଥିବା ବେଳେ ଖବର ପାଇ ସୋର ପୋଲିସ ଓ ମାଜିଷ୍ଟ୍ରେଟ ଭାବରେ ସୋର ଆଡିସନାଲ ତହସିଲଦାର ଲିପ୍ସା ରାୟ ତଦନ୍ତ କରି ସୋର ଡାକ୍ତର ଖାନାକୁ ପଠାଇ ଥିଲେ ।