ରୋଷେଇ କରିବା ସମୟରେ ଘଟିଲା ଅଘଟଣ, ଅଗ୍ନିକାଣ୍ଡରେ ଜଳିଗଲେ ମହିଳା

ସୋର : ସବୁଦିନ ପରି ଗ୍ୟାସ ଚୁଲିରେ ରୋଷେଇ କରୁଥିଲେ ମହିଳା । ହେଲେ ସେ କଣ ଜାଣିଥିଲେ ତାଙ୍କ ସହ ଏମିତି କିଛି ଘଟିଯିବ ବୋଲି । ରୋଷେଇ କରିବା ସମୟରେ ଘଟିଲା ଅଘଟଣ, ଘର ପୋଡ଼ିଯିବା ସହ ସେହି ନିଆଁରେ ଜଳିଗଲେ ମହିଳା । ଏନେଇ ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ସବଙ୍ଗ ପଞ୍ଚାୟତ ଅନ୍ତର୍ଗତ ହାଟୁଆରୀ ଗାଁର ସୁନିତା ଦାସ ବୟସ ୩୫ ବର୍ଷ ଆଜି ସକାଳେ ଘରେ ରୋଷେଇ କରୁଥିବା ବେଳେ କୌଣସି କାରଣ ବଶତଃ ହଠାତ ଗ୍ୟାସ ଚୁଲିରେ ନିଆଁ ଲାଗିଯାଇଥିଲା । ସେହି ନିଆଁର ପ୍ରଖରରେ ମହିଳା ଜଣକ ଗୁରୁତର ହେବା ସହ ଘର ମଧ୍ୟ ନିଆଁରେ ପୋଡ଼ିଯାଇଥିଲା । ଖବର ପାଇ ଗ୍ରାମବାସୀମାନେ ସେଠାରେ ପହଞ୍ଚି ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ସିମୁଳିଆ ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରିଥିଲେ ସେଠାରେ ଅବସ୍ଥା ଗୁରୁତର ହେଵାରୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।ଏନେଇ ମହିଳାଙ୍କ ଶରୀର କିଛି ଅଂଶ ପୋଡି ଯାଇଥିଛି । ଖଵରପାଇ ଅଡ଼ା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏନେଇ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

You might also like