ଭାଲୁ ଆକ୍ରମଣରେ ମହିଳା ଗୁରୁତର, ଛେଳି ଚରାଇବାକୁ ଯାଇଥିବା ବେଳେ ଆକ୍ରମଣ

ଆନନ୍ଦପୁର : ଭାଲୁ ଆକ୍ରମଣରେ ମହିଳା ଗୁରୁତର । ଛେଳି ଚରାଇବାକୁ ଯାଇଥିବା ବେଳେ ଆକ୍ରମଣ କଲା ଭାଲୁ । ଗୁରୁତର ଅବସ୍ଥାରେ ମହିଳା ଜଣକ ମେଡିକାଲରେ ଭର୍ତ୍ତି । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା କୋଲିମାଟି ଗାଁ ଜଙ୍ଗଲରେ ଆକ୍ରମଣ କରିଛି ଭାଲୁ । ଗାଁର ଜଣେ ମହିଳା ସୁକାନ୍ତି ବେହେରା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡିଥିଲେ । ଭାଲୁ ମହିଳାଙ୍କୁ ଲହୁଲୁହାଣ କରିବା ପରେ ସେ ସୌଭାଗ୍ୟ କ୍ରମେ ସେଠାରୁ ଖସି ଆସିଥିଲେ । ଗୁରୁତର ଅବସ୍ଥାରେ ସୁକାନ୍ତିଙ୍କୁ ପରିବାର ଲୋକେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ସେଠାରେ ସୁକାନ୍ତିଙ୍କ ଚିକିତ୍ସା ଜାରି ରହିଛି ।