ଭାଲୁ ଆକ୍ରମଣରେ ମହିଳା ଗୁରୁତର, ଗ୍ରାମ୍ୟ ଜଙ୍ଗଲକୁ ଯାଇଥିବା ସମୟରେ ଆକ୍ରମଣ

ଘଟଗାଁ : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ କୁଦବେଡା ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗ୍ରାମର କିଛି ଲୋକ ଦାନ୍ତ କାଠି ଭାଙ୍ଗିବା ନେଇ ଗ୍ରାମ୍ୟ ଜଙ୍ଗଲକୁ ଯାଇଥିବା ସମୟରେ ଗ୍ରାମର କଂସଲା ମୁଣ୍ଡା ଭାଲୁ ଆକ୍ରମଣ ଶିକାର ହୋଇଥିଲା । ଭାଲୁ ଆକ୍ରମଣରେ କଂସଲା ମୁଣ୍ଡାଙ୍କ  ମୁଣ୍ଡ, ଗୋଡ଼ରେ ଗଭୀର କ୍ଷତ ହୋଇ ଥିବା ବେଳେ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି  ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଛନ୍ତି ।

You might also like