ଗାଁ ପୋଖରୀରୁ ନିଖୋଜ ମହିଳାଙ୍କ ପଥରରେ ହାତ ଗୋଡ଼ ବନ୍ଧା ମୃତଦେହ ଉଦ୍ଧାର, ସ୍ୱାମୀ ଫେରାର୍

ସୋର(କେନ୍ୟୁଜ୍): ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ପାହି ତୋରଣା ପଞ୍ଚାୟତ ଦୋରା ଗ୍ରାମରେ ଅଘଟଣ । ନିଖୋଜ ଥିବା ମହିଳାଙ୍କର ପଥରରେ ହାତ ଗୋଡ଼ ବନ୍ଧା ମୃତଦେହକୁ ଉଦ୍ଧାର। ମୃତ ମହିଳା ହେଲେ କୁନୁ ଲତା ନାୟକ। ମୃତ ମହିଳାଙ୍କ ସ୍ୱାମୀ ଧନେଶ୍ୱର ନାୟକ ୨ଦିନ ଧରି ଫେରାର ଥିବାନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଖବର ମୁତାବକ, ଦୋରା ଗ୍ରାମରେ ଧନେଶ୍ୱର ୮ ବର୍ଷ ଧରି ରହି ଆସୁଥିଲେ । କୌଣସି କାରଣକୁ ନେଇ ଉଭୟ ସ୍ତ୍ରୀ ଓ ସ୍ୱାମୀ ମଧ୍ୟରେ କଳହ ଲାଗିରହିଥିଲା । ଗତ ଦୁଇ ଦିନ ଧରି ଧନେଶ୍ୱର ଘରେ ନରହିବା ଓ ସ୍ତ୍ରୀ କୁନୁଲତାଙ୍କୁ ଗ୍ରାମବାସୀ ମାନେ ନଦେଖିବାରୁ କୁନୁଲତାଙ୍କର ଭାଇଙ୍କୁ ଏନେଇ ଖବର ଦିଆଯାଇଥିଲା । ପରେ ତାଙ୍କ ଭାଇ ଆସି ଘରେ ତାଲା ଭାଙ୍ଗି ଦେଖିବା ପରେ କୌଣସି ଖବର ନପାଇବାରୁ ଗତକାଲି ସିମୁଳିଆ ଥାନାରେ ଭଉଣୀ ନିଖୋଜ ହୋଇଥିବା ନେଇ ଅଭିଯୋଗ କରିଥିଲେ ।

ଆଜି ଗ୍ରାମବାସୀ ମାନେ ଗ୍ରାମରେ ଶେଷରେ ଥିବା ଏକ ଛୋଟ ପୋଖରୀରେ କୁନୁଲତା ଭାସୁଥିବା ଦେଖି ତାଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ସମୟରେ ଏକ ସିମେଣ୍ଟ ଅଖାରେ ପଥର ରଖି ବେକ ଓ ଗୋଡ଼ କୁ ବାନ୍ଧି ଦେଇଥିବାର ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଥିବାବେଳେ, ସ୍ୱାମୀ ଧନେଶ୍ୱର ହତ୍ୟା କରି ଫେରାର ହୋଇଯାଇଥିବା ନେଇ ସନ୍ଦେହ କରାଯାଉଛି ।ସିମୁଳିଆ ପୋଲିସ୍ ସ୍ବାମୀ ଧନେଶ୍ୱରକୁ ଖୋଜିବାରେ ଲାଗିପଡିଛି ପୋଲିସ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.