କୂଅରେ ଭାସୁଛି ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ, କାରଣ ଅସ୍ପଷ୍ଟ

କାମାକ୍ଷାନଗର: କୂଅରେ ଭାସୁଛି ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାଲିବୋ ଗାଁରେ ଏହି ଘଟଣା ଘଟିଛି । ମୃତ ମହିଳା ଜଣଙ୍କ ହେଲେ ବାସନ୍ତି ରାଉତ ।

ଆଜି ସକାଳ ସମୟରେ ସାହି ବାସିନ୍ଦା କୂଅରୁ ପାଣି ନେବା ପାଇଁ ଆସିବା ସମୟରେ ମହିଳାଙ୍କ ଶରୀର ଭାସୁଥିବାର ଦେଖିବାକୁ ପାଇଥିଲେ ।  ଘଟଣା ସଂପର୍କରେ ମହିଳା ମାନେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ବାସନ୍ତିଙ୍କ ପରିବାର ବର୍ଗଙ୍କୁ ଜଣାଇବା ସହ ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ ।  ତେବେ ବାସନ୍ତି କିପରି କୂଅରେ ପଡ଼ିଲେ, ତାଙ୍କୁ ହତ୍ୟା କରାଯାଇ କୂଅର କିଏ ଫିଙ୍ଗି ଦେଇଛନ୍ତି ନା ଆଉ କିଛି କାରଣ ରହିଛି, ତାହା ଜଣାପଡ଼ିନାହିଁ ।  ବାଲିବେ ଗ୍ରାମର ଦୁଖବନ୍ଧୁ ରାଉତଙ୍କ ପ୍ରଥମ ସ୍ତ୍ରୀ ମୃତ୍ୟୁ ହୋଇଯିବା ପରେ ବାସନ୍ତିଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।  ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ, ଘଟଣା ସ୍ଥଳରେ ଭୂବନ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।

You might also like