ଚନ୍ଦ୍ରଭାଗା ସମୁଦ୍ର କୂଳରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର

ଗୋପ (କେନ୍ୟୁଜ୍‌) : ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଠାରୁ ମାତ୍ର ଦୁଇ ଶହ ମିଟର ଦୂର ସମୁଦ୍ର କୂଳରେ ପଡ଼ିଥିଲା ଜଣେ ମହିଳାଙ୍କ ମୃତଦେହ । ଉଲଗ୍ନ ଅବସ୍ଥାରେ କୂଳରେ ପଡ଼ି ରହିଥିଲା । ଆଜି ସକାଳେ ମର୍ଣ୍ଣିଂଓ୍ଵାକ୍‌ କଲା ବେଳେ ଲୋକେ ଏହାକୁ ଦେଖି ପୋଲିସ୍‌କୁ ଖବର ଦେଇଥିଲେ । ସୂଚନା ପାଇବା ପରେଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ତେବେ ମୃତ ମହିଳାଙ୍କ ପରିଚୟ ମିଳି ନାହିଁ । ଅନୁମାନ କରାଯାଉଛି କି ମୃତ ଦେହଟି ସମୁଦ୍ର ଜୁଆରରେ ଭାସି ଆସି କୂଳରେ ଲାଗିଛି । ତଥାପି ଲାକଡାଉନ ସମୟରେ ସମୁଦ୍ର କୂଳରେ ମୃତଦେହ ମିଳିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.