ଏମିତି ବି ଆସେ ମୃତ୍ୟୁ ! ବାରଣ୍ଡାରେ ଝୁଣ୍ଟି ଶିକ୍ଷୟିତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ, ପରିବାର ଅଭିଯୋଗ ପରେ ଥାନାରେ ମାମଲା

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଦମୟନ୍ତୀ କୁମାରୀ ମିଶ୍ର (୫୫) ଙ୍କ ଅକାଳ ବିୟୋଗ ଘଟିଛି। ନିଜ ବାସ ଭବନର ବାରିପଟ ବାରଣ୍ଡାରେ ଝୁଣ୍ଟି ପଡି ତଳେ ପଡିଯିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ପୋଲିସ ର ପ୍ରାଥମିକ ତଦନ୍ତ ରୁ ଜଣାପଡିଛି । ଏନେଇ ମୋହନା ଥାନା କେସ୍ ନଂ ୧/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ପ୍ରକାରେ ଦମୟନ୍ତୀ ୨୦୦୪ ମସିହାରୁ ମୋହନା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକତା କରୁଥିଲେ। ସେ ମୋହନା ବ୍ଲକ୍ କଲୋନୀ ସ୍ଥିତ ନିଜ ବାସଭବନ ରେ ଏକା ରହୁଥିବା ବେଳେ ତାଙ୍କ ସ୍ୱାମୀ ଏବଂ ସାନ ପୁଅ ବ୍ରହ୍ମପୁର ରେ ରହୁଥିଲେ ଏବଂ ବଡ଼ ପୁଅ କର୍ଣ୍ଣାଟକ ରେ ରହୁଥିଲେ । ସୋମବାର ଦମୟନ୍ତୀ ଶିବ ମନ୍ଦିର କୁ ଯାଇ ସକାଳ ୮ ତା ସମୟରେ ଘରକୁ ଫେରିଥିଲେ ଏବଂ ସେ ସେହିଦିନ ଛୁଟି ରେ ରହିଥିଲେ। ସକାଳ ସମୟରୁ ସାନପୁଅ ଅନନ୍ତ ରଥ ମାଁ ଙ୍କ ନିକଟକୁ ଫୋନ କରିଥିଲେ ମଧ୍ୟ ସେ କଲ୍ ଗ୍ରହଣ କରିନଥିଲେ l ମାଁ ସ୍କୁଲ୍ ରେ ବ୍ୟସ୍ତ ଥିବା ସନ୍ଦେହ କରି ପୁଅ ଚୁପ୍ ରହିଥିଲେ। ପରେ ସଂନ୍ଧ୍ୟା ୬ଟା ସମୟରେ ପୁଅ ଅନନ୍ତ ପୁଣି ମାଁଙ୍କୁ ଫୋନ୍ କରିଥିଲେ କିନ୍ତୁ କୌଣସି ଉତ୍ତର ମିଳିନଥିଲା। ଶେଷରେ ଅନନ୍ତ ନିଜ ସାଙ୍ଗ ମାନଙ୍କୁ ଘରକୁ ଯାଇ ଦେଖିବା ପାଇଁ କହିଥିଲେ। କିଛି ସାଙ୍ଗ ଘରକୁ ଯାଇ ଦେଖିବା ବେଳେ ଦମୟନ୍ତୀ ଘର ବାରିପଟ ବାରଣ୍ଡା କଡରେ ମୁହଁମାରି ପଡିରହିଥିଲେ । ଏନେଇ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ମୋହନା ଥାନାକୁ ଖବର ଦେଇଥିଲେ ପୋଲିସ ପହଞ୍ଚି ଦେଖିବା ବେଳେ ଦମୟନ୍ତୀଙ୍କ ମୃତ୍ୟୁ ହୋଇସାରିଥିଲା। ଦମୟନ୍ତୀଙ୍କ ମୁଣ୍ଡ,ଛାତି ଏବଂ ଡାହାଣ ହାତ,ଗୋଡ଼ରେ ଆଘାତ ଲାଗିଛି । ଚଟାଣରେ ମୁଣ୍ଡ ପିଟି ହେବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରୁଛି।

ମଙ୍ଗଳବାର ସକାଳେ ମୃତ ଶିକ୍ଷୟତ୍ରୀଙ୍କ ସ୍ୱାମୀ ଅଭୟ କୁମାର ରଥଙ୍କ ଲିଖିତ ଅଭିଯୋଗ କ୍ରମେ ମୋହନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଛେଦ ପାଇଁ ବ୍ରହ୍ମପୁର mkcg ମେଡିକାଲ୍ କୁ ପଠାଇଛି। ଏହି ଘଟଣା ଅଞ୍ଚଳ ରେ ଶୋକ ର ଛାୟା ଖେଳାଇଦେଇଥିବା ବେଳେ, ଦମୟନ୍ତୀ କାର୍ଯ୍ୟ କରୁଥିବା ବିଦ୍ୟାଳୟ ରେ ମଧ୍ୟ ଶୋକ ଦିବସ ପାଳନ କରାଯାଇଛି। ମୋହନା ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନ୍ତିମ ସଂସ୍କାର ନିମନ୍ତେ ତାଙ୍କ ପରିବାର ବର୍ଗଙ୍କୁ ଦଶ ହଜାର ଟଙ୍କା ପ୍ରଦାନ କରାଯାଇଛି। ପୁରୀ ସ୍ୱର୍ଗଦ୍ୱାର ରେ ଦମୟନ୍ତୀଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.