ରହସ୍ୟ ଘେରରେ ଯୁବତୀଙ୍କ ମୃତ୍ୟୁ ସନ୍ଦେହ,ପୋଲିସର ତଦନ୍ତ ଜାରି

ସିମୁଳିଆ : ହାଇଦ୍ରାବାଦରେ ଯୁବତୀଙ୍କ ମୃତ୍ୟୁ ସନ୍ଦେହ । ପାଞ୍ଚ ଦିନ ବିତିଲା ଘଟଣାସ୍ଥଳରେ ଯୁବତୀଙ୍କ ଶବ ଦେଖିବାକୁ ପାଉନି ମା । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ସୋମନାଥପୁର ସିଂହାଣୀ ପୋଖରୀ ଗ୍ରାମର ମାୟାଧର ବାରିକଙ୍କ ଝିଅ ଗୀତାଞ୍ଜଳି ବାରିକ ।  ହାଇଦ୍ରାବାଦ କୁରୁକୁଣ୍ଡା ବିଦ୍ୟା ନିକେତନରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ଗୀତାଞ୍ଜଳିଙ୍କ ମୃତ୍ୟୁ ଖବର ପାଇ ତାଙ୍କ ମା ପବିତ୍ରା ବାରିକ ହାଇଦ୍ରାବାଦକୁ ଯାଇଥିବା ବେଳେ ପାଞ୍ଚ ଦିନ ହେଲାଣି ଝିଅର ଶବକୁ ଦେଖିପାରିନାହିଁ ।

ଗୀତାଞ୍ଜଳିଙ୍କ ବାପା ମାୟାଧର ହୃଦ ରୋଗରେ ଆକ୍ରାନ୍ତ ଥିବାରୁ କୌଣସି କାର୍ଯ୍ୟ କରି ପାରନ୍ତି ନାହିଁ । ପରିବାର ପ୍ରତିପୋଷଣ କରିବା ପାଇଁ ସମ୍ପର୍କୀୟଙ୍କ ସହିତ ଗୀତାଞ୍ଜଳି ହାଇଦ୍ରାବାଦରେ ଥିବା ଏକ ଘରୋଇ ସ୍କୁଲରେ ୨ବର୍ଷ ଧରି ସିକ୍ୟୁରିଟ ଭାବେ କାର୍ଯ୍ୟ କରନ୍ତି ।  ଉକ୍ତ ସ୍କୁଲରେ ୪ ଯୁବକ ଉପର ମହଲାରେ ରହୁଥିବା ବେଳେ ଗୀତାଞ୍ଜଳି ତଳ ମହଲାରେ ରହୁଥିଲା । ଯାହା ପରିବାର ଲୋକ କୁହନ୍ତି  । ସମସ୍ତେ ଗୋଟିଏ ଜାଗାରେ ରୋଷେଇ କରି ଖାଆନ୍ତି ।

ହେଲେ ୭ ତାରିଖ ଦିନ ଗୀତାଞ୍ଜଳିଙ୍କ ପରିବାର ଲୋକଙ୍କୁ ଥାନାରୁ ଫୋନ ଆସିଥିଲା ଝିଅର ମୃତ୍ୟୁ ହୋଇଛି ।  ଝିଅର ମୃତ୍ୟୁ ଖବର ଶୁଣି ମା ଧାଇଁ ଯାଇଥିଲେ ହାଇଦ୍ରାବାଦ। ପାଞ୍ଚ ଦିନ ବିତିଯାଇଥିବା ବେଳେ ଗାଁକୁ ମୃତ ଦେହ ଆସି ନଥିବାରୁ ସମସ୍ତେ ଚିନ୍ତାରେ ଅଛନ୍ତି । ଗୀତାଞଳୀର ମୃତ୍ୟୁ ଏବେବି ରହସ୍ୟଘେରରେ ଥିଲାବେଳେ ମୃତଦେହ ବ୍ୟଵଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣା ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.