ବରଗଡ: କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବରଗଡ(କେନ୍ଯୁଜ୍): ଗତକାଲି କିରୋସିନି ଢାଳିହୋଇ  ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ମୃତ୍ୟୁ । ସୂଚନା ମୁତାବକ ଗତକାଲି ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ପ୍ରଥମେ ବରଗଡ ମୁଖ୍ଯ ଚିକିତ୍ସାଳୟ ଏବଂ ପରେ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନନ୍ତରିତ କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ମୃତକ ବରଗଡ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖଳିଆପାଲି ଗ୍ରାମର ଅଞ୍ଜଲି ଗୁରୁ । ସେ ବରଗଡ ମହିଳା ମହା ବିଦ୍ୟାଳୟର +୨ କମର୍ସର ଛାତ୍ରୀ । ଗତକାଲି କଲେଜ ରୁ ପାଠ ପଢା ସାରି ଘରକୁ ଫେରିବା ପରେ ଘରେ ହଠାତ କିରୋସିନୀ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ହେଲେ କେଉଁ କାରଣ ପାଇଁ ଅଭଳି ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ଭାବେ ଜଣା ପଡିନଥିଲେ ବି ପ୍ରେମ ବ୍ଯାପାରକୁ ନେଇ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଆତ୍ମହତ୍ୟା ଉଦ୍ୟମ ପରେ ତାଙ୍କ ଶରୀରର ୯୫ ଭାଗ ପୋଡି ଯାଇଥିଲା ବୋଲି ଡାକ୍ତରଙ୍କ ଠାରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.