ଏମିତି ବି ଆସେ ମୃତ୍ୟୁ ! ନଡିଆଗଛ ଭାଙ୍ଗି ଜଣେ ମହିଳା ମୃତ, ୪ ଗୁରୁତର

ପାରାଦୀପ : ଏମିତି ବି ଆସେ ମୃତ୍ୟୁ । ନଡିଆ ଗଛ ଭାଙ୍ଗି ଜଣେ ମହିଳା ମୃତ ୪ ଜଣ ଗୁରୁତର । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବଳରାମପୁର ଗାଁରେ। ନଡିଆ ଗଛରେ ରଶି ବାନ୍ଧି ଟ୍ରାକ୍ଟରରେ ଭିଡୁଥିବା ବେଳେ ଭାଙ୍ଗିପଡିଥିଲା ନଡ଼ିଆ ଗଛ ।  ଗତକାଲି ରାତିରେ ରାମଲୀଳା ଚାଲୁଥିବା ବେଳେ ଏଭଳି ଘଟିଛି ଅଘଟଣ ।

ସୂଚନା ମୁତାବକ ରାମଲିଳାରେ ହନୁମାନ ଚରିତ୍ରକୁ ନେଇ ନଡ଼ିଆ ଗଛରେ ରଶି ବାନ୍ଧୁ ଥିବା ବେଳେ ହଠାତ୍ ନଡ଼ିଆ ଗଛଟି ଭାଙ୍ଗି ପଡିଥିଲ ।  ଘଟଣା ସ୍ଥଳରେ ଜଣେ ମହିଳା ଦର୍ଶକ ମୃତ୍ୟୁ ବରଣ କରିଥିବା ବେଳେ ଚାରି ଜଣ ଗୁରୁତର ହୋଇଥିଲେ। ତେବେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଖବର ଦେବାପରେ ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିବାରୁ ଉତ୍ୟକ୍ତ ଲୋକେ ଆମ୍ବୁଲାନ୍ସର କାଚକୁ ବାଡେଇ ଭାଙ୍ଗିଦେଇଥିଲେ ।  ପରେ ୪ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ।  ମୃତ ମହିଳା ଜଣଙ୍କ ସମାଗୋଳ ଅଞ୍ଚଳର ହୋଇଥିବା ସୂଚନା ।  ଘଟଣା ସ୍ଥଳରେ କୁଜଙ୍ଗ ପୋଲିସ ର ତଦନ୍ତ ଆରମ୍ଭ ।

ଆହୁରି ପଢ଼ନ୍ତୁ :  ଗାଡି ସାଇଡ ମରାକୁ ନେଇ ତୁମୁଳକାଣ୍ଡ : ବିବାହ ଶୋଭାଯାତ୍ରାରେ ଖଣ୍ଡାରେ ହାଣିଲେ ବରଯାତ୍ରୀ ଦଳ