ଭାରସାମ୍ୟ ହରାଇ ୨୫ ଫୁଟ ତଳକୁ ଖସିଲା ବାଇକ, ସ୍ତ୍ରୀଙ୍କ ମୃତ୍ୟୁ, ସ୍ୱାମୀ ଓ ୫ ବର୍ଷର ଝିଅ ଗୁରୁତର

ବାଲିଗୁଡା : ବାଲିଗୁଡା ଥାନା ମିଡିଆପାଙ୍ଗା ବୁଲାଣିରେ ଭାରସାମ୍ୟ ହରାଇ ୨୫ ଫୁଟ ତଳକୁ ଖସିଲା ବାଇକ l ଦୁର୍ଘଟଣା ସ୍ଥଳରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଓ ୫ ବର୍ଷର ଝିଅ ଗୁରୁତର ଆହତ ହୋଇଛନ୍ତି l ବାଲିଗୁଡା କୋଟାରୀ ସାହିରୁ ସ୍ୱାମୀ-ସ୍ତ୍ରୀ ଓ ୫ ବର୍ଷର ଝିଅ ବାଇକରେ କୋଟଗଡ଼ ଯାଉଥିବା ସମୟରେ ମିଡିଆପାଙ୍ଗା ନିକଟରେ ଦୁର୍ଘଟଣା ଘଟିଥିଲା l ଦୁର୍ଘଟଣାରେ ସ୍ତ୍ରୀ ଶିବାନୀ ଦିଗାଲଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଜାପତ ଦିଗାଲ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ସ୍ୱାମୀ ଜାପତଙ୍କୁ ବାଲିଗୁଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l ତେବେ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ବାଲିଗୁଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l