ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ, ଆମ୍ବୁଲାନ୍ସ ନଆସିବାରୁ ମେଡିକାଲ ପର୍ଯ୍ୟନ୍ତ ଠେଲାରେ ଆଣିଲେ ପରିବାର ଲୋକେ

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ମୁଲାନ୍ସ ନଆସିବାରୁ ଦୁର୍ଘଟଣାରେ ଗୁରୁତର ଆହତ ମହିଳାଙ୍କୁ ଠେଲାରେ ଡାକ୍ତରଖାନା ପର୍ଯ୍ୟନ୍ତ ଆଣିଲେ ପରିବାର ଲୋକେ

ଯାଜପୁର (କେନ୍ୟୁଜ): ଆମୁଲାନ୍ସ ନଆସିବାରୁ ଦୁର୍ଘଟଣାରେ ଗୁରୁତର ଆହତ ମହିଳାଙ୍କୁ ଠେଲାରେ ଡାକ୍ତରଖାନା ପର୍ଯ୍ୟନ୍ତ ଆଣିଲେ ପରିବାର ଲୋକେ। ଏହା ପରେ ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ।

ମୃତ ମହିଳା ହେଲେ ଜାରକା କୁମାରୀ ଅଞ୍ଚଳର ଅରଣ୍ୟ ଗୁଇଁଙ୍କ ସ୍ତ୍ରୀ ଗେଡି ଗୁଇଁ (୪୮)। ଆଜି ଭୋର ସମୟରେ ଶୌଚ ହୋଇ ୧୬ନଂ ଜାତୀୟ ରାଜପଥ ପାର ହେଉଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଜାତୀୟ ରାଜପଥ ପାର୍ଶ୍ଵରେ ରହୁଥିବା ପରିବାର ଲୋକେ ଏହି ଖବର ପାଇ ୧୦୮ଆମ୍ବୁଲାନ୍ସକୁ କଲ କରିଥିଲେ। ତେବେ ଆମ୍ବୁଲାନ୍ସ ନଆସିବାରୁ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଏକ ଠେଲାରେ ପକାଇ ପରିବାର ଲୋକେ ଧର୍ମଶାଳା ଡାକ୍ତରଖାନାକୁ ନେଇ ଆସିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ପରିବାର ଲୋକେ ଅସନ୍ତୋଷ ଜାହିର କରିଥିବା ବେଳେ ଅଭିଯୋଗ ପାଇ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.