କଣିହାଁରେ କାଳବୈଶାଖୀ : ଆଖି ବୁଜିଲା ମାଆ, ବର୍ତ୍ତିଲା ୩ବର୍ଷର ଛୁଆ

କଣିହାଁ : ଝଡ ତୋଫାନ ନେଲା ଜୀବନ। ତୋଫାନରେ ଗଛ ପଡ଼ି ମହିଳା ମୃତ, ଅଳ୍ପକେ ବର୍ତ୍ତିଲା କୁନି ଝିଅ । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଦେଭୁଇଁ ଗାଁରେ ତାଣ୍ଡବ ରଚିଛି କାଳବୈଶାଖୀ । ପିଙ୍କୁ ପ୍ରଧାନଙ୍କ ସ୍ତ୍ରୀ ପଡିଶା ଘରକୁ କୌଣସି କାମରେ ଯାଇଥିବା ବେଳେ ଝଡ ତୋଫାନ ଆରମ୍ଭ ହୋଇଥିଲା । ଘରକୁ ଫେରୁଥିବା ବେଳେ ଗଛଟି ମହିଳାଙ୍କ ଉପରେ ପଡ଼ିଯାଇଥିଲା । ଘଟଣା ସ୍ଥଳରେ ଗେହ୍ଲେଇ ବେହେରାଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକଙ୍କ ଦ୍ୱାରା ୩ ବର୍ଷର ଛୁଆକୁ ଉଦ୍ଧାର କରାଯାଇଥିଲା ।