କୁଶେଇ ନଦୀରେ ବୁଡ଼ି ମହିଳା ମୃତ
ଆନନ୍ଦପୁର : କୁଶେଇ ନଦୀରେ ବୁଡ଼ି ମହିଳା ମୃତ । ଘଷିପୁରା ଥାନା ଅନ୍ତର୍ଗତ ଦେଓଗାଁ ସ୍ଥିତ କୁଶେଇ ନଦୀର ସନି ତୋଟା ନିକଟସ୍ଥ ଘାଟରେ ବୁଡି ଯାଇ ସବିତା ନାହାକ ନାମକ ଜଣେ ମହିଳା ମୃତ୍ୟୁ ବରଣ କରିଛନ୍ତି । ସବିତା ଶୌଚ ହେବାକୁ ନଦୀକୁ ଯାଇଥିବା ବେଳେ ଅସାବଧାନତା ବଶତଃ ନଦୀରେ ବୁଡି ଯାଇଥିଲେ । ପରିବାର ଓ ସ୍ଥାନୀୟ ଲୋକ ଖୋଜାଖୋଜି କରିବା ପରେ ମହିଳାଙ୍କ ମୃତ ଦେହ ପାଣିରେ ଭାସୁଥିବା ଦେଖି ମୃତଦେହକୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।