ଓ୍ୱାଟର ହିଟର ଉଜାଡ଼ି ଦେଲା ସୁନାର ସଂସାର, ଅସାବଧାନତା ଯୋଗୁଁ ଚାଲିଗଲା ୨୫ ବର୍ଷୀୟା ବିବାହିତାଙ୍କ ଜୀବନ

ନବରଙ୍ଗପୁର(କେନ୍ୟୁଜ୍‌): ଗୋଟିଏ ଓ୍ୱାଟର ହିଟର ଉଜାଡ଼ି ଦେଲା ସୁନାର ସଂସାର। ହସ ଖୁସି ରେ ଚାଲିଥିବା ପରିବାରର ମୁହଁରୁ ହସ ଛଡେଇ ନେଲା ଓ୍ୱାଟର ହିଟର। ଟିକିଏ ଅସାବଧାନତା ଯୋଗୁଁ ଆଜି ଚାଲିଗଲା ୨୫ ବର୍ଷୀୟା ଜଣେ ବିବାହିତାଙ୍କର ଜୀବନ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ସହର ସ୍ଥିତ ସଂଖାରି ସାହିରେ ।

ଓ୍ୱାଟର ହିଟର ସଂସ୍ପର୍ଶରେ ଆସି ଚାଲିଗଲା ପ୍ରତିମା ବେହେରାଙ୍କ ଜୀବନ।  ପ୍ରତିମା ୩ ବର୍ଷ ତଳେ ବିବାହ କରିଥିଲେ। ପ୍ରତିଦିନ ଭଳି ଆଜି ମଧ୍ୟ ସକାଳୁ ଉଠି ଘର କାମ ସାରିଥିଲେ । ସ୍ୱାମୀ ହରିଦ୍ୱାର ତୀର୍ଥ ଯାଇଛନ୍ତି । ଏପଟେ ଘରେ ଶାଶୁ, ନଣନ୍ଦ ଆଉ ତାଙ୍କ ୨ବର୍ଷର ପୁଅ , ଗାଧୋଇବା ପାଇଁ ପାଣି ଗରମ କରିବାକୁ ହିଟର ଲଗେଇଥିଲେ । କିଛି ସମୟ ପରେ ଘର ଲୋକ ଦେଖିଲା ବେଳକୁ ସେ ହିଟର ପାଖରେ ପ୍ରତିମା ଅଚେତ ହୋଇ ପଡ଼ିଥିଲେ। ଘର ଲୋକ ତୁରନ୍ତ ଡାକ୍ତରଖାନା ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଦୁଃଖର କଥା ସ୍ୱାମୀ ଏ ଖବର ପାଇ ତୀର୍ଥ ଯିବା ଅଧାରାସ୍ତାରୁ ଫେରୁଛନ୍ତି । ଏପଟେ ୨ବର୍ଷର ଶିଶୁର ମା ମା ଡାକ ସମସ୍ତ ସାହିବାସୀଙ୍କ ଆଖିରେ ଲୁହ ଭରି ଦେଇଛି। ଟିକିଏ ଅସାବଧାନତା ଯୋଗୁଁ ଚାଲିଗଲା ପ୍ରତିମାଙ୍କ ଜୀବନ । ଖବର ପ୍ରଚାରିତ ହେବା ପରେ ସାହିରେ ଶୋକକୁଳ ପରିବେଶ ସୃଷ୍ଟି ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.