ପ୍ରେମ ପାଇଁ ନୃଶଂସ ପାଲଟିଲା ସ୍ତ୍ରୀ, ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କରିବା ପାଇଁ କରୁଥିଲା ଯୋଜନା, ଏବେ ଗିରଫ

(କେନ୍ୟୁଜ): ମହଙ୍ଗା ପଡ଼ିଲା ସ୍ୱାମୀଙ୍କୁ ହତ୍ୟା ଉଦ୍ୟମ। ସ୍ତ୍ରୀ ଓ ପ୍ରେମିକଙ୍କୁ ବାନ୍ଧିଲା ପୋଲିସ । ଭୁବନେଶ୍ୱର ଏୟାରପୋର୍ଟ ନିକଟରୁ ୨ ଜଣଙ୍କୁ ଗିରଫ କରିଛି ସାବରଙ୍ଗ ପୋଲିସ । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଗୁଆଗଢ଼ିଆ କମାରଗାଁର ଶମ୍ଭୁନାଥଙ୍କ ପତ୍ନୀ ଓ ଧରମ ଭାଇ ରବୀନ୍ଦ୍ର ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସ୍ୱାମୀ ଶମ୍ଭୁନାଥଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ପ୍ରେମିକ ସହ ମିଶି ଯୋଜନା କରିଥିଲେ ପତ୍ନୀ ।

ସୂଚନା ଅନୁସାରେ ବୁଧବାର ଦିନ ଶମ୍ଭୁନାଥ ତାଙ୍କ ପତ୍ନୀ ଓ ପୁଅ ସହ ଶ୍ୱଶୁର ଘରକୁ ଆସିଥିଲେ । ଗୁରୁବାର ଦିନ ପୂର୍ବ ଯୋଜନା ଅନୁଯାୟୀ ରବୀନ୍ଦ୍ର କଟୁରୀରେ ଶମ୍ଭୁନାଥଙ୍କୁ ହତ୍ୟା ଉଦ୍ୟମ କରିଥଲେ। ପରେ ଗ୍ରାମବାସୀ ଆସିଯିବାରୁ ଘଟଣାସ୍ଥଳରୁ ଦୌଡି ପଳାଇଥିଲେ ପ୍ରେମିକ ରବୀନ୍ଦ୍ର । ଗୁରୁତର ଅବସ୍ଥାରେ ଶମ୍ଭୁନାଥଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଶମ୍ଭୁନାଥଙ୍କ ପକ୍ଷରୁ ସାବରଙ୍ଗ ଥାନାରେ ଅଭିଯୋଗ ପରେ ରାଜ୍ୟ ବାହାରକୁ ଖସି ପଳାଉଥିବାବେଳେ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

Leave A Reply

Your email address will not be published.