ନିମାପଡ଼ାରେ ମହିଳାଙ୍କୁ ଗଣ ଦୁଷ୍କର୍ମ, ୪ ଗିରଫ

ନିମାପଡ଼ା(କେନ୍ୟୁଜ୍‌) : ନିମାପଡା ବଜାର ନିକଟ ଅଣ୍ଢିଆ ସାହି ଗାଁର ଜଣେ ବିବାହିତା ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ।  ଶୁକ୍ରବାର ସନ୍ଧ୍ୟାରେ ମହିଳା ଜଣକ ବାହାରକୁ ଯାଇଥିବା ବେଳେ ଏପରି ଘଟଣା ଘଟିଛି । ଅଭିଯୋଗ ପରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତଙ୍କ ଘର କାକଟପୁର ଅଞ୍ଚଳରେ ବୋଲି ନିମାପଡା ଆଇଆଇସି ସୂଚନା ଦେଇଛନ୍ତି । ପୋଲିସ ତଦନ୍ତ ଜାରି ରହିଛି ।

ସୂଚନାନୁଯାୟୀ,  ୨୭ ବର୍ଷ ବୟସ୍କା  ମହିଳା ଜଣକ ନିକଟସ୍ଥ କୁଶଭଦ୍ରା ନଦୀକୁ ନିତ୍ୟ କାମ ସାରିବା ପାଇଁ ଯାଇଥିବା ବେଳେ ପୂର୍ବରୁ ସେଠାରେ ଥିବା ୪ ଜଣ ମହିଳାଙ୍କ ମୁହଁରେ ଗାମୁଛା ପକାଇ ଟେକି ନେଇଥିଲେ ଓ ଗଣ ଦୁଷ୍କର୍ମ କରିଥିଲେ । ମହିଳାଙ୍କ ଚିତ୍କାର ଶୁଣି ମହିଳାଙ୍କ ସ୍ୱାମୀ ଯେତେବେଳେ ଘଟଣାସ୍ଥଳକୁ ଚାଲି ଆସିଥିଲେ ଦୁର୍ବୃତ୍ତମାନେ ସେଠାରୁ ଖସିପଳାଇ ଥିଲେ ।

ତେବେ ମହିଳା ଜଣକ ଜଣେ ଅଭିଯୁକ୍ତକୁ ଚିହ୍ନିପାରିଥିଲେ । ମହିଳାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ସମସ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ କାକଟପୁର ଅଞ୍ଚଳର । ସେମାନେ ନିମାପଡ଼ାର ବିଭିନ୍ନ ଦୋକାନରେ ରହି କାମ କରୁଥିଲେ । ମହିଳାଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.