ସାଙ୍ଗକୁ ହତ୍ୟା ଅଭିଯୋଗରେ ମହିଳାଙ୍କୁ ଆଜୀବନ କାରାଦଣ୍ଡ, ୨୦୨୨ ମସିହା ମାମଲା

ଆନନ୍ଦପୁର : ସାଙ୍ଗକୁ ପଥରରେ ଛେଚି ହତ୍ୟା ଅଭିଯୋଗରେ ମହିଳାଙ୍କୁ ଆଜୀବନ କାରାଦଣ୍ଡ । ୨୦୨୨ ମସିହା ସୋସୋ ଥାନା ପୋଡ଼ାସିଙ୍ଗିଡି ଗାଁରେ ସର ନାୟକ ସାଙ୍ଗ ଯଶୋଦାକୁ ପଥରରେ ଛେଚି ହତ୍ୟା କରିଥିଲା । ୧୫ ଜଣ ସାକ୍ଷୀ ଓ ୧୨ ଟି ଦସ୍ତାବିଜ୍ କୁ ଆଧାର କରି ସର ନାୟକକୁ ଆଜୀବନ କାରାଦଣ୍ଡ ସହିତ ୧୦ ହଜାର ଟଙ୍କାର ଜୋରିମାନା ଶୁଣାଇଛନ୍ତି ଆନନ୍ଦପୁର ଜିଲ୍ଲା ଦୌରାଜଜ୍ । ଜୋରିମାନା ଅନାଦେୟ ୧ ବର୍ଷ ଅଧିକ କାରାଦଣ୍ଡ ପାଇଁ ରାୟ ଶୁଣାଇଛି କୋର୍ଟ । ଠାକୁରମୁଣ୍ଡା ଅଞ୍ଚଳର ଯଶୋଦା ପାତ୍ର ହାଟଡିହି ବ୍ଲକ ମଠ ଡାହୀ ଗାଁରେ ନିଜ ଝିଅ ଘରେ ରହୁଥିବା ସମୟରେ ସର ନାଇକ ସହିତ ମିଶି ନିକଟସ୍ଥ ପୋଡାସିଙ୍ଗିଡ଼ି ଗାଁକୁ ଦେଶୀ ମଦ ପିଇବାକୁ ଯାଇଥିଲା । ଏହି ସମୟରେ କୌଣସି ଘଟଣାକୁ କେନ୍ଦ୍ରକରି ସର ତାକୁ ପଥରରେ ଛେଚି ହତ୍ୟା କରିଥିଲା ।