ଦ୍ୱିତୀୟ ଶ୍ୱଶୁର ଘରେ ପ୍ରଥମ ସ୍ୱାମୀକୁ ଦେଖି ଚମକି ପଡିଲା ସ୍ତ୍ରୀ, ତାପରେ ପୋଲିସ ଓ ସ୍ୱାମୀକୁ କଲା ଦୁର୍ବ୍ୟବହାର

କାକଟପୁର : ସ୍ଵାମୀ ସ୍ତ୍ରୀର ସମ୍ପର୍କ ହେଉଛି ଏକ ନିବିଡ ସମ୍ପର୍କ ,ବିଶ୍ବାସ ଏବଂ ଭରସାକୁ ନେଇ ମଜଭୁତ ହୋଇଥାଏ ଏହି ସମ୍ପର୍କ । କିନ୍ତୁ ଏହି ସମ୍ପର୍କ ଭିତରେ ଯଦି ବିଶ୍ବାସ ଏବଂ ଭରସା ଭାଙ୍ଗିଯାଏ ତେବେ ଏହି ସମ୍ପର୍କର ନାମ ବଦଳିଯାଇ ହୋଇଯାଏ ବିଶ୍ବାସଘାତକତା । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଅସ୍ତରଙ୍ଗ ସାମୁଦ୍ରିକ ଥାନା ଅନ୍ତର୍ଗତ ନୂଆଗଡ ଗାଁରେ । ଯେଉଁଠି କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ କାନପୁର ଗାଁର ଯୁବକ ପ୍ରଶାନ୍ତ ବେହେରା ୨୦୧୮ ମସିହାରେ ସୁକାନ୍ତି ନାମକ ଯୁବତୀଙ୍କୁ ବୈଦିକ ରୀତିରେ ବାହା ହୋଇଥିଲେ।

ବିବାହର କିଛି ଦିନ ପରେ ପ୍ରଶାନ୍ତ ନିଜ କର୍ମସ୍ଥଳୀ କଟକକୁ ଫେରିଯାଇଥିଲେ । ଘରେ ରହିଜଲେ ସ୍ତ୍ରୀ ସୁକାନ୍ତି । ତେବେ ଏହାରି ଭିତରେ ଅସ୍ତରଙ୍ଗ ନିକଟ ନୂଆଗଡ ଗାଁର ଯୁବକ ଯିଏକି ଡ୍ରାଇଭର ଭାବରେ କାମ କରୁଥିଲେ ତାଙ୍କ ସହ ସୁକାନ୍ତିଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଏତେ ଗଢିଉଠିଲା ଯେ ଗତବର୍ଷ ଅକ୍ଟୋବର ୨୭ ତାରିଖରେ ସୁକାନ୍ତି ପ୍ରସାନ୍ତଙ୍କୁ ଛାଡି ଚାଲିଗଲେ ଉକ୍ତ ଯୁବକଙ୍କ ସହ । ଆଉ ଗଲାବେଳେ ପୂର୍ବ ସ୍ୱାମୀ ପ୍ରଶାନ୍ତଙ୍କ ଘରୁ ଟଙ୍କା ପଇସା,ସୁନା ଗହଣା ଧରି ଫେରାର ହୋଇଯାଇଥିଲେ ସୁକାନ୍ତି।

ସ୍ତ୍ରୀ ଫେରାର ହୋଇଯିବା ପରେ ପ୍ରଶାନ୍ତ ଅନେକ ଖୋଜା ଖୋଜି କଲେ । ହେଲେ ବହୁତ ଖୋଜାଖୋଜି ପରେ ଅସ୍ତରଙ୍ଗ ନିକଟ ନୂଆଗଡ ଗାଁର ଗଜେନ୍ଦ୍ର ମହାନ୍ତିଙ୍କ ପୁଅ ସଞ୍ଜୟ ମହାନ୍ତିକୁ ବିବାହ କରିଥିବା ଜାଣିବାକୁ ପାଇଥିଲେ ସେ । ଖବର ପାଇବା ପରେ ପ୍ରଶାନ୍ତ ବେହେରା କଟକ ଜିଲ୍ଲା କାନପୁର ଥାନାରେ ଏକ ଏତଲା ଦାୟର କରିଥିଲେ । ଏତଲାକୁ ଆଧାର କରି କାନପୁର ପୁଲିସ ଅସ୍ତରଙ୍ଗ ନିକଟ ନୂଆଗଡ ଗାଁରେ ପହଞ୍ଚି ମହିଳା ଦିତୀୟ ବିବାହ କରି ରହୁଥିବା ଘରେ ରାତି ଅଧରେ ଚଢାଉ କରିଥିଲେ ଏବଂ ଉକ୍ତ ମହିଳାଙ୍କୁ ମଧ୍ୟ ସେଠାରେ ଦେଖିବାକୁ ପାଇଥିଲେ । ପୁଲିସ ସହିତ ପୂର୍ବତନ ସ୍ବାମୀଙ୍କୁ ଦେଖିବା ପରେ ଧୋଖାବାଜ ସ୍ତ୍ରୀ ଜଣଙ୍କ ବିସୃଙ୍ଖଳିତ ବ୍ୟବହାର ଦେଖାଇବା ସହିତ ଉତ୍ପାତ କରିଥିବାର ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ପୁଲିସ ଏବଂ ମିଡିଆ ପ୍ରତିନିଧୀଙ୍କୁ ଦେଖିବାପରେ ଘରୁ ବାହାର… କାହିଁକି ଏଠିକି ଆସିଛ ବୋଲି କହିବା ସହିତ ପେଲାଠେଲା ଆରମ୍ଭ କରିଦେଇଥିଲେ ସୁକାନ୍ତି ।

ସୁକାନ୍ତିଙ୍କ ଏପରି ବ୍ୟବହାର ଦେଖି ପୁଲିସ ତାଙ୍କ ନାମରେ ଅଭିଯୋଗ ହୋଇଛି ବୋଲି କହିଲା । କିନ୍ତୁ ମହିଳା ଜଣଙ୍କ ପୂର୍ବ ସ୍ବାମୀ ପ୍ରସାନ୍ତଙ୍କୁ ଦେଖିବା ପରେ ଘର ଭିତରକୁ ଚାଲିଯାଇଥିଲେ। ପରବର୍ତୀ ସମୟରେ ପୁଲିସ କେଶ ରେକର୍ଡରେ ସମ୍ପୃକ୍ତ ମହିଳାଙ୍କ ଠାରୁ ଦସ୍ତଖତ କରିବା ସହିତ ପ୍ରସାନ୍ତଙ୍କ ଅଭିଯୋଗ କ୍ରମେ ମହିଳା ଜଣକୁ ଚିହ୍ନଟ କରି ଫେରି ଆସିଥିଲା । ସମ୍ପୃକ୍ତ ମହିଳାଙ୍କ ନାମରେ କାନପୁର ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ପୂର୍ବତନ ସ୍ଵାମୀ ପ୍ରସାନ୍ତ ତାଙ୍କ ଘରୁ ଚୋରୀ କରି ନେଇ ଆସିଥିବା ସୁନା ଏବଂ ଟଙ୍କା ଫେରାଇଦେବାକୁ ଦାବି କରିଛନ୍ତି । ତେବେ ଶୁଣନ୍ତୁ କଣ କହୁଛନ୍ତି ଏ ସ୍ୱାମୀ ଜଣଙ୍କ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.