ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ
ଅଭିଯୁକ୍ତ ପୁତୁରାକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପାଟଣାଗଡ଼ ପୋଲିସ । କେଉଁ କାରଣ ପାଇଁ ଖୁଡ଼ିକୁ ପୁତୁରା ମାରିଲା ତାହା ଜଣା ପଡ଼ିନାହିଁ ।

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ । ଅଭିଯୁକ୍ତ ପୁତୁରାକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପାଟଣାଗଡ଼ ପୋଲିସ । କେଉଁ କାରଣ ପାଇଁ ଖୁଡ଼ିକୁ ପୁତୁରା ମାରିଲା ତାହା ଜଣା ପଡ଼ିନାହିଁ ।
ସୂଚନା ଅନୁଯାଇ, ପାଟଣାଗଡ଼ ବ୍ଳକ କୁତୁମୁଣ୍ଡା ଗ୍ରାମର ଦଖନ ଧରୁଆ ଓ ଉତ୍ତରା ଧରୁଆ ମଙ୍ଗଳବାର ଦ୍ବିପ୍ରହରରେ ଖାଇ ସାରି ଘରେ ଶୋଇଥିଲେ । କୌଣସି କାରଣରୁ ତାଙ୍କ ପୁତୁରା ପୁଅ ଚିତ୍ର ଉତକ୍ଷିପ୍ତ ହୋଇ ଟାଙ୍ଗିଆରେ ନିଜ ଖୁଡି ବେକକୁ ହାଣି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଖୁଡ଼ିର ମୃତ୍ୟୁ ଘଟିଥିବା ଜଣାଯାଇଛି।
ଖବର ପାଇବା ପରେ ଅଘଟଣସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି । ଖବର ଲେଖାହେବା ଯାଏ ଅଘଟଣସ୍ଥଳରେ ମୃତଦେହ ପଡ଼ି ରହିଥିବା ବେଳେ ସାଇଣ୍ଟିଫିକ ଟିମ ପହଁଚିଲେ ଅଧିକ ତଦନ୍ତ କରିବେ ବୋଲି ଜଣାପଡ଼ିଛି । ପୋଲିସ ପୁତୁରାକୁ ଥାନାରେ ଅଟକ ରଖି ଅଧିକ ପଚରା ଉଚୁରା କରୁଛି।