ରାଜ୍ୟ

ସ୍ତ୍ରୀକୁ ବାୟା କଲା ପ୍ରେମିକର ପ୍ରେମ, ପୁରୁଷ ବନ୍ଧୁ ସହ ମିଶି ସ୍ୱାମୀକୁ ଜିଅନ୍ତା ପୋଡିଲା ଏହି ରାକ୍ଷସୀ ସ୍ତ୍ରୀ

କଟକ (କେନ୍ୟୁଜ) : ଏ ସ୍ତ୍ରୀକୁ ବାୟା କଲା ପ୍ରେମିକର ପ୍ରେମ । ଆଉ ପାଗେଳି ହୋଇଗଲା ତା ପ୍ରେମରେ । କିଛି ଆଉ ଦେଖାଗଲାନି ଖାଲି ଦେଖାଯାଉଥିଲା ପ୍ରେମିକାର ପ୍ରେମ । ସ୍ୱାମୀ ଆଉ ଭଲ ଲାଗିଲାନି । ସେଇଥିପାଇଁ ତ ପ୍ରେମିକ ସହ ମିଶି ଶେଷ କରିଦେଲା ସ୍ୱାମୀକୁ । ପରକୀୟା ପ୍ରୀତିକୁ ନେଇ ନିଜ ପୁରୁଷ ବନ୍ଧୁ ସହ ମିଶି ସ୍ୱାମୀକୁ ଜିଅନ୍ତା ପୋଡିଲା ଏହି ରାକ୍ଷସୀ ସ୍ତ୍ରୀ । ଚୌଦ୍ବାରରେ ବସ କଣ୍ଡକ୍ଟର ନିଶ୍ଚଳ ମହାପାତ୍ର ମୃତ୍ୟୁ ମାମଲାରେ ଏବେ ଏହି ବଡ଼ ଖୁଲାସା କରିଛି କମିଶନରେଟ ପୋଲିସ । ନିଶ୍ଚଳଙ୍କ ମୃତ୍ୟୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଥିଲା ଏବଂ ତାଙ୍କୁ ଜିଅନ୍ତା ଜାଳି ଦିଆ ଯାଇଥିଲା ବୋଲି ସ୍ପଷ୍ଟ କରିଛି ପୋଲିସ । ଏସବୁ ହୋଇଛି ସ୍ତ୍ରୀର ପରକୀୟର ପ୍ରେମ ପାଇଁ । ପତ୍ନୀର ପରକ୍ରିୟା ପ୍ରେମକୁ ନେଇ ଏହି ହତ୍ୟାକାଣ୍ଡ ହୋଇ ଥିବା ବେଳେ ହତ୍ୟା ଅଭିଯୋଗରେ ନିଶ୍ଚଳଙ୍କ ପତ୍ନୀ ସୁହାସିନୀ ମହାପାତ୍ର ଓ ତାଙ୍କ ପୁରୁଷ ବନ୍ଧୁ ପୂର୍ଣ୍ଣଚନ୍ଦ୍ର ମହାରଣାକୁ ଗିରଫ କରିଛି ପୋଲିସ ।

ତେବେ କହିରଖିବାକୁ ଚାହିଁବୁ ଯେ ଗତ ୧ ତାରିଖ ଦିନ ବିରାଟଗାଦି ନିକଟରେ ନିଶ୍ଚଳଙ୍କୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇ ଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ SCBରେ ଭର୍ତି କରାଯାଇ ଥିଲା କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟି ଥିଲା । ଏନେଇ ଚୌଦ୍ୱାର ପୋଲିସ ପ୍ରଥମେ ଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଥିଲା କିନ୍ତୁ ତଦନ୍ତ ସମୟରେ ନିଶ୍ଚଳଙ୍କ ମୃତ୍ୟୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସୁରାକ ପାଇ ଥିଲା ପୋଲିସ । ମୂଳତ ନିଆଳି ଗୋବିନ୍ଦପୁର ବାସିନ୍ଦା ନିଶ୍ଚଳ ପେସାରେ ଜଣେ ବସ କଣ୍ଡକ୍ଟର ଥିଲେ । ଚୌଦ୍ୱାର ବାସିନ୍ଦା ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ସହ ନିଶ୍ଚଳଙ୍କ ବନ୍ଧୁତା ଥିବା ବେଳେ ନିଶ୍ଚଳଙ୍କ ଘରକୁ ପୂର୍ଣ୍ଣଚନ୍ଦ୍ରଙ୍କ ଯିବା ଆସିବା ଥିଲା ।

ଏହାରି ଭିତରେ ପୂର୍ଣ୍ଣଚନ୍ଦ୍ରଙ୍କ ସହ ନିଶ୍ଚଳଙ୍କ ପତ୍ନୀ ସୁହାସିନୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏପରିକି ନିଶ୍ଚଳ ଅଜ୍ଞାତରେ ପୂର୍ଣ୍ଣଚନ୍ଦ୍ରଙ୍କ ଓ ସୁହାସିନୀ ମିଳାମିଶା କରିବା ସହ ନିଶ୍ଚଳଙ୍କୁ ନିଜ ରାସ୍ତାରୁ ସବୁ ଦିନ ଲାଗି ହଟାଇବାକୁ ଯୋଜନା କରି ଥିଲେ । ଯୋଜନା ମୁତାବକ ପୂର୍ଣ୍ଣଚନ୍ଦ୍ର କୌଶଳ କରି ନିଶ୍ଚଳଙ୍କୁ ଚୌଦ୍ୱାର ଡକାଇ ଥିଲା ଏବଂ ବିରାଟଗାଦି ନିକଟରେ ଉଭୟ ପ୍ରଚୁର ମଦ ପିଇବା ପରେ ନିଶ୍ଚଳଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ପୂର୍ଣ୍ଣଚନ୍ଦ୍ର ।

 

Pritiparna

Recent Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌, ଓଡିଶାକୁ ୩ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …

55 mins ago

ବସ୍‌ ରେ ଯାତ୍ରା ସମୟରେ ଖସି ପଡ଼ୁଥିଲେ ଯାତ୍ରୀ, ସୁପରମ୍ୟାନ୍‌ ଭାବେ ଜୀବନ ରକ୍ଷା କଲେ କଣ୍ଡକ୍ଟର

ଯଦି ଆପଣ ଚଳଚ୍ଚିତ୍ରରେ 'ସ୍ପାଇଡରମ୍ୟାନ୍' ଦେଖିଥିବେ, ତେବେ ଆପଣ ବୋଧହୁଏ ଜାଣିଥିବେ ଷଷ୍ଠ ଇନ୍ଦ୍ରୀୟ (sixth sence) କ’ଣ କୁହାଯାଏ…

2 hours ago

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ୪୨ ଚକ ନିର୍ମାଣ ଶେଷ

ପୁରୀ : ଚଳଚଞ୍ଚଳ ପୁରୀ ରଥଖଳା । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ…

3 hours ago

ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସ, ପ୍ରଦର୍ଶିତ ହେଲା ସିନେମା ଶୂନ୍ୟ ସ୍ବରୂପ

ଭୁବନେଶ୍ଵର : ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସରେ ପ୍ରଦର୍ଶିତ ହୋଇଛି ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ଶୂନ୍ୟ ସ୍ବରୂପ…

3 hours ago

ଦମ୍ ବିରିୟାନି, ଯୋଧପୁରୀ ସବ୍‌ଜି, ମଟ୍‌କା କୁଲ୍‌ଫି…ଜେପି ନଡ୍ଡାଙ୍କ ବାସଭବନରେ ଏନ୍‌ଡିଏ ସାଂସଦଙ୍କ ଡିନର ପାର୍ଟି

ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଜି ଜୁନ୍‌ ୯ରେ ମୋଦି ପ୍ରଧାନମନ୍ତ୍ରୀ…

3 hours ago

ଫିଲ୍ମ ‘କଲ୍କି 2898 AD’ର ଟ୍ରେଲର ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ଦୀପିକାଙ୍କ ଦମ୍‌ଦାର ଲୁକ୍‌

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ଦୀର୍ଘ ଦିନ ଧରି ଖୁବ୍‌ ଚର୍ଚ୍ଚାରେ ରହିଆସିଛି…

4 hours ago