ଗଞ୍ଜାମ କୁଶମଳା ଜଙ୍ଗଲରେ ଶିକାରୀଙ୍କ ଗୁଳିରେ ମହିଳା ଗୁରୁତର

ବ୍ରହ୍ମପୁର: ଶିକାରୀ ଗୁଳିରେ ମହିଳା ଗୁରୁତର। ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ବୁରାତାଲ ପଞ୍ଚାୟତର ପାହାଡ଼ ଉପର ଗାଁ କୁଶମଳା ଜଙ୍ଗଲରେ ଶିକାରୀଙ୍କ ଗୁଳିରେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ହେଲେ ପାଖ ଗାଁ ଡାବୁଆଳିର ମମତା ଭୂୟାଁ।

ମମତା ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ ପାଇଁ ଯାଇଥିଲେ। କିଛି ବ୍ୟକ୍ତି ଶୀକାର ପାଇଁ ବନ୍ଧୁକରୁ ଗୁଳି ଚଳାଇବା ବେଳେ ମମତାଙ୍କ ଦେହରେ ବାଜିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସଂପର୍କରେ ଥାନାରେ ଏତଲା ଦିଆଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.