ପୁରୀ ସ୍ୱର୍ଗଦ୍ୱାରରେ ଅଭାବନୀୟ ଘଟଣା, ଚିତାକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ଅଭାବନୀୟ ଘଟଣା । ଜୁଇକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ମହିଳା ହେଉଛନ୍ତି ବେଲେଶ୍ୱର ଅଞ୍ଚଳର ରମା ଦାସ । ଆଜି ପୂର୍ବାହ୍‌ଣରେ ସ୍ୱର୍ଗଦ୍ୱାରରେ ଏକ ଜୁଇ ଜଳୁଥିବା ବେଳେ ସେ ହଠାତ୍‌ ଡେଇଁ ଆତ୍ମହତ୍ୟା ଉଦ୍ୟମ କରଥିଲେ । ଶବଦାହ ପାଇଁ ଯାଇଥିବା ସାମାଜିକ ସଂଗଠନ-ସାହିଭାଇର ସଦସ୍ୟମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ରମାଙ୍କର କେହି ନଥିବା ବେଳେ ସେ ନିରାଶ ହୋଇ ଏବଳି କରିଥିବା ପ୍ରତିକ୍ରିୟାରେ କହିଛନ୍ତି । ତାଙ୍କର ମାନସିକ ବିକୃତି ଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.