ବାଲେଶ୍ୱର ଗାନ୍ଧିଛକ ନିକଟରେ ଡିଭାଇଡରେ ପିଟିହେଲା କାର୍‌: ମହିଳା ମୃତ, ୩ ଗୁରୁତର

ଜଳେଶ୍ୱର(କେନ୍ୟୁଜ): ଡିଭାଇଡରେ ପିଟିହେଲା କାର୍‌ । ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଗାନ୍ଧିଛକ ନିକଟରେ ଦୁର୍ଘଟଣା ଘଟିଛି ।

ଆଜି ସକାଳୁ କାର୍‌ଟି ୬ଜଣ ଯାତ୍ରୀଙ୍କୁ ନେଇ କୋଲକାତାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଗାନ୍ଧୀ ଛକ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା ।

ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଗୁରୁତରଙ୍କୁ ବାଲେଶ୍ୱର ମେଡିକାଲ ସ୍ଥାନାନ୍ତର କରାଯାଇଛି । ବସ୍ତା ପୋଲିସ, ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.