କାଲିମେଳା: ସ୍ତ୍ରୀକୁ ଟାଙ୍ଗିଆରେ ବୀଭତ୍ସ ଭାବେ ହତ୍ୟା କଲା ନିର୍ଦ୍ଦୟ ସ୍ୱାମୀ

କାଲିମେଳା: ସ୍ତ୍ରୀକୁ ଟାଙ୍ଗିଆରେ ବୀଭତ୍ସ ଭାବେ ହତ୍ୟା କଲା ସ୍ୱାମୀ l ଏହି ଭଳି ଲୋମଟାଙ୍କୁରା କାରୀ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍:ଭି-୭୨ ଗ୍ରାମରେ l ସ୍ୱାମୀ ଭୀମଲ ମିସ୍ତ୍ରୀ ଓ ସ୍ତ୍ରୀ ଦୁଲାଲି ମିସ୍ତ୍ରୀ ମଧ୍ୟରେ ପ୍ରତିଦିନ ଯୁକ୍ତିତର୍କ ଲାଗି ରହୁଥିଲା l ସ୍ୱାମୀ ପ୍ରତିଦିନ ମଦ୍ଯ ପାନ କରି ସ୍ତ୍ରୀ କୁ ମାଡ ମାରୁଥିଲା।

ତେବେ ମଦ ପିଇବାକୁ ବିରୋଧ କରିବା ସକାସେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ବଚସାରୁ ସ୍ତ୍ରୀର ବେକ କାଟି ଦେଇଥିଲା ସ୍ଵାମୀ l ଏକ ଧାରୁଆ ଅସ୍ତ୍ରରେ ପ୍ରଥମେ ଆକ୍ରମଣ କରିଥିଲା। ଯାହାଫଳରେ ସ୍ତ୍ରୀର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ଏମଭି ୭୯ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.