କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଗାଁରେ ଅଘଟଣ, ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମରେ ମହିଳା ମୃତ

କାମାକ୍ଷାନଗର : ଦନ୍ତା ହାତୀ ଆକ୍ରମରେ ମହିଳା ମୃତ ।  କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଗାଁ ନିକଟରେ ଅଘଟଣ । ମୃତ ମହିଳା ହେଲେ ଢେଙ୍କାନାଳ ବନଖଣ୍ଡ ମୁକ୍ତାପଶି ଗାଁର ନେତ୍ରମଣୀ ସାହୁ ।

ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ଦଳିଦେଲା ଦନ୍ତା । ଫଳରେ ଘଟଣାସ୍ଥଳରେ ହିଁ ନେତ୍ରମଣୀଙ୍କ ମୃତ୍ୟୁ ହୋଇଯାଇଛି । ଘଟଣା ସ୍ଥଳରେ ବନଖଣ୍ଡ ଅଧିକାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି । ପୂର୍ବରୁ ବିଦ୍ୟୁତ୍‌ ଆଘାତ ଲାଗି ଏକ ହାତୀର ମୁତ୍ୟୁ ହୋଇଥିବା ବେଳେ ଏବେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।