ବୋହୂ ନେଇଗଲା ଶ୍ୱଶୁର ପ୍ରାଣ, କାଠ ଫାଳିଆରେ ପିଟି ମାରି ଦେଲା

ଭଞ୍ଜନଗର (କେନ୍ୟୁଜ୍‌) : ଗଞ୍ଜାମ ଜିଲ୍ଲା ଆସିକା ଥାନା କିଶୋରଚନ୍ଦ୍ର ପଲ୍ଲୀ ଗାଁରେ ଘଟିଛି ଏକ ଆଚମ୍ବିତ ଘଟଣା । ଘରର ବୋହୂର କାଠ ଫାଳିଆ ମାଡ଼ରେ ଶ୍ୱଶୁରଙ୍କ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ୫୫ ବର୍ଷୀୟ ସୀମାଞ୍ଚଳ ନାୟକ l ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛ l ତେବେ ଘରୋଇ କଳହରୁ ହିଁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି l ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି, ତଦନ୍ତ କରୁଛି l ଅଭିଯୁକ୍ତ କୁହାଯାଉଥିବା ବୋହୂକୁ ଅଟକ ରଖି ପୋଲିସ୍‌ ପଚରା ଉଚରା କରୁଛି ।

Leave A Reply

Your email address will not be published.