ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି |

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି | ମୃତ ମହିଳା କଣ୍ଢେଇ ମହାପାତ୍ର ବୟସ ୬୦ ବର୍ଷ | ଆଜି ସକାଳ ସମୟରେ ଗ୍ରାମ ନିକଟ ନାଳ ପାଖକୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି। ଘଟଣା ସ୍ଥଳରେ ବନ ବିଭାଗ କମଚାରୀ ପହଞ୍ଚିବା ସହ ବିଧାୟକ ପ୍ରାର୍ଥୀ ମହେଶ ସାହୁ ପହଞ୍ଚିଛନ୍ତି । ମୃତ ପରିବାକୁ ତୁରନ୍ତ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ କହିଛନ୍ତି । ଏହି ବେଞ୍ଚଳରେ ହାତୀ ଆକ୍ରମଣରେ ଧନ ଜୀବନ ନଷ୍ଟ ହେଉଥିବାରୁ ବନ ବିଭାଗ ହାତୀର ଗତି ବିଧି ଉପରେ ନଜର ରଖି ଗ୍ରାମବାସୀଙ୍କୁ ସୂଚନା ଦେବାକୁ ଦାବି ହୋଇଛି ।

Leave A Reply

Your email address will not be published.