ଘର ପଛପଟୁ ଜାଳ ଆଣୁଥିବା ବେଳେ ବୃଦ୍ଧାଙ୍କୁ ଝାମ୍ପିନେଲା ମହାବଳ ବାଘ ! ଜଙ୍ଗଲରୁ ମିଳିଲା ଶବ

ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଳାରେ । ଜଣେ ବୃଦ୍ଧାଙ୍କୁ ଘର ପଛପଟୁ ଝାମ୍ପିନେଇଛି ମହାବଳ ବାଘ । ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଧୀନ କୋମନା ଥାନା ଜଳମଡେଇ ଗାଁରେ ଘଟିଛି ଏହି ଦୁର୍ଘଟଣା । ବୃଦ୍ଧାଙ୍କ ନାଁ ସାନମତି ବାରିକ(୬୫) ବୋଲି ଜଣା ପଡ଼ିଛି।

କେନ୍ୟୁଜ୍‌(ବ୍ୟୁରୋ): ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଳାରେ । ଜଣେ ବୃଦ୍ଧାଙ୍କୁ ଘର ପଛପଟୁ ଝାମ୍ପିନେଇଛି ମହାବଳ ବାଘ । ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଧୀନ କୋମନା ଥାନା ଜଳମଡେଇ ଗାଁରେ ଘଟିଛି ଏହି ଦୁର୍ଘଟଣା । ବୃଦ୍ଧାଙ୍କ ନାଁ ସାନମତି ବାରିକ(୬୫) ବୋଲି ଜଣା ପଡ଼ିଛି।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଜଳମଡେଇ ଗାଁର ସାନମତି ଘର ପଛପଟ ବାରିକୁ ଜାଳେଣି କାଠ ସଂଗ୍ରହ କରୁଥିବା ବେଳେ ମହାବଳ ବାଘ ଆସି ତାଙ୍କୁ ଝାମ୍ପି ନେଇଥିଲା । ବିଳମ୍ବ ରାତି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ବି କୌଣସି ପତ୍ତା ମିଳିନଥିଲା।

ଆଜି ସକାଳୁ ଜଙ୍ଗଲ ଭିତରେ ବୃଦ୍ଧାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ବୃଦ୍ଧାଙ୍କର ଅଧା ଶରୀରକୁ ବାଘ ଖାଇଥିବା ଦେଖାଯାଇଥିଲା । ଏହା ମହାବଳ ବାଘର କାମ ହୋଇଥାଇ ପାରେ ବୋଲି ସୁନାବେଡ଼ା ବନ୍ୟା ପ୍ରାଣୀ ବିଭାଗ ରେଞ୍ଜର ଶିବ ପ୍ରସାଦ ଖମାରୀ ସୂଚନା ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.