ସାପ କାମୁଡ଼ାରେ ଚାଲିଗଲା ମହିଳାଙ୍କ ଜୀବନ, ବାପା-ମା ଛେଉଣ୍ଡ ହୋଇଗଲେ ଦୁଇ ଶିଶୁ

ସୋର: ସାପ କାମୁଡ଼ାରେ ଚାଲିଗଲା ମହିଳାଙ୍କ ଜୀବନ l ବାପ ମା ଛେଉଣ୍ଡ ହୋଇଗଲେ ଦୁଇ ଶିଶୁ l ଏବେ ଦୁଇ ଶିଶୁଙ୍କ ଭରସା ୮୦ବର୍ଷୀୟା ବୃଦ୍ଧା ବୁଢ଼ୀ ମା l ଏଭଳି ଏକ ହୃଦୟ ବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକରେ ଦେଖିବାକୁ ମିଳିଛି l

ଗତ ରାତିରେ ଔପଦା ବ୍ଲକ ବଡ଼ପୋଖରୀ ପଂଚାୟତ ଦୁର୍ଗାପୁର ଗାଁର ସୂର୍ଯ୍ଯ ସିଂର ଝିଅ ରାଧାଙ୍କ ସ୍ବାମୀ ମରିଯିବାରୁ ବାପ ଘରେ ରହି ୮ବର୍ଷର ଝିଅ ଓ ୭ବର୍ଷର ପୁଅକୁ ପାଳିଥିଲେ। ବଣରୁ କାଠ ଗୋଟାଇ, ଛେଳି ଓ କୁକୁଡ଼ା ରଖି ତାଙ୍କ ପରିବାର ଚଳାଉଥିଲେ l ହେଲେ ଗତକାଲି ଭୋରରୁ ରାଧା ଘରେ ରଖିଥିବା କୁକୁଡ଼ା ମରି ପଡ଼ିଥିବା ବେଳେ ଅଣ୍ଡା ଗୁଡିକ ଏଣେ ତେଣେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଅଣ୍ଡା ଗୁଡିକ ଗୋଟାଇ ସଜାଡ଼ୁଥିବା ବେଳେ ଏକ ତମ୍ପ ସାପ ତାଙ୍କୁ ଚୋଟ ମାରିଥିଲା l

ଏହାପରେ ରାଧାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ତେବେ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା l ଖବର ପାଇ ଔପଦା ବନ ବିଭାଗ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିଲେ l ବାପା ମା ଛେଉଣ୍ଡ ୨ ଶିଶୁଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳବାବୀ ଦାବି କରିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.