ନଦୀକୁ ଡେଇଁ ପଡ଼ିଲେ ମହିଳା, ଏଯାଏ ମିଳିନାହିଁ ପତ୍ତା

ସାଲେପୁର : କଟକ ଜିଲ୍ଲା ନେମାଳର ଚିତ୍ରୋତ୍ପଳା ନଦୀକୁ ଡେଇଁ ପଡ଼ିଥିବା ମହିଳା ସୁହାନ ପରବିନଙ୍କର ଏଯାଏ କୌଣସି ପତ୍ତା ମିଳିପାରିନାହିଁ । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ । ଗତକାଲି ନେମାଳ ବ୍ରିଜରୁ ନାବାଳକ ପୁଅକୁ ଫିଙ୍ଗିବା ପରେ ପରବିନ ନଦୀକୁ ଡେଇଁ ପଡ଼ିଥିଲେ ।

ନାବାଳକ ପୁଅର ମୃତ୍ୟୁ ହୋଇଥିବା ବେଳେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସୁହାନ ପରବିନଙ୍କ ସଂପର୍କୀୟ କହିଛନ୍ତି, ସ୍ୱାମୀଙ୍କୁ ଦୁବାଇ ପଠାଇବା ପାଇଁ ସେ ବିଭିନ୍ନ ସଂସ୍ଥାରୁ ଲୋନ କରିଥଲା । ପରବର୍ତ୍ତୀ ସମୟରେ ଋଣ ସୁଝିବା ପାଇଁ ସେ ସ୍ୱାମୀଙ୍କୁ କହୁଥିଲେ । ଏହାକୁ ନେଇ ସ୍ୱାମୀ-ସ୍ତ୍ରୀ ଭିତରେ ଝଗଡ଼ା ହୋଇଥିଲା। ଲୋନ କରିବା ଯୋଗୁ ସୁହାନ ପରବିନ ଖୁବ ଚିନ୍ତିତ ଥିଲେ ବୋଲି ପରିବାର ଲୋକ କହିଛନ୍ତି । ଭଉଣୀ ଓ ପୁତୁରାର ମୃତ୍ୟୁ ପାଇଁ ତାଙ୍କ ଭଉଣୀ ଜ୍ବାଇଁ ଦାୟୀ ବୋଲି ନେମାଳ ଥାନାରେ ଅଭିଯୋଗ କରିଛନ୍ତି ନିଖୋଜ ସୁହାନ ପରବିନଙ୍କ ଭଉଣୀ ନାହେରା ବିବି। ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

You might also like