ମହିଳାଙ୍କୁ ଦୁଷ୍କର୍ମ ପରେ ବୀଭତ୍ସ ହତ୍ୟା ଘଟଣା, ଅଭିଯୁକ୍ତ ଗିରଫ

କଣିହାଁ : ବନ୍ଧୁ ସାଜିଲା ବଇରି । ସ୍ତ୍ରୀକୁ ଦୁଷ୍କର୍ମ ପରେ ହତ୍ୟାକାରୀଙ୍କୁ ଗିରଫ କରି କୋର୍ଟା ଚାଲାଣ କଲା ପୋଲିସ । ପାଳଲହଡା ଉପଖଣ୍ଡ ସିଗଡ଼ ପଞ୍ଚାୟତ ନନ୍ଦିନିପାଲ ଗାଁରେ ଗତ ୨୧ ତାରିଖରେ ଘଟିଥିଲା ଜଘନ୍ୟ କାଣ୍ଡ ।
ଅଭିଯୁକ୍ତ ଅଜୁ ନାଏକ ନିଜ ବନ୍ଧୁର ସ୍ତ୍ରୀକୁ ଦୁଷ୍କର୍ମ କରିବା ପରେ ପଥରରେ ଛେଚି ବୀଭତ୍ସ ଭାବେ ହତ୍ୟା କରିଛି । ଅଭିଯୁକ୍ତ ଅଜୁ ନାଏକ ଉକ୍ତ ମହିଳାଙ୍କୁ କୌଣସି କାମ ବାହାନାରେ ବାହାରକୁ ଡାକି ନେଇଥିଲେ । ଏକାକୀ ପାଇ ଦୁଷ୍କର୍ମ କରିଥିଲା । ମହିଳା ଜଣଙ୍କ ଗାଁ ଲୋକଙ୍କୁ ଜଣାଇବେ ବୋଲି କହିବାରୁ ଉତ୍ତ୍ୟକ୍ତ ହୋଇ ଅଜୁ ହତ୍ୟା କରିଥିଲା । ଅନ୍ୟପଟେ ଜଘନ୍ୟ ହତ୍ୟା କାଣ୍ଡରେ କେହି ଜଣେ ଲୋକ କରିବା ଅସମ୍ଭବ । ତେବେ ଘଟଣାର ସଠିକ୍ ତଦନ୍ତ କରିବା ସହ ସତ୍ୟାସତ୍ୟ ପର୍ଦ୍ଦାଫାସ କରିବାକୁ ଦାବି କରିଛି SUCI ।
ଆହୁରି ପଢ଼ନ୍ତୁ : ପ୍ରେମିକାର ବେକ କାଟି ହତ୍ୟା ଘଟଣା, ପୋଲିସକୁ ଦେଖି ଭୟରେ ବିଷ ପିଇଦେଲା ଅଭିଯୁକ୍ତ