ଯୁବତୀଙ୍କୁ ଦୁଷ୍କର୍ମ ପରେ ଅଟୋରୁ ଠେଲି ଦେଲା ଡ୍ରାଇଭର, ମାମଲା ରୁଜୁ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍

ମୋହନା: ଯୁବତୀଙ୍କୁ ଅଟୋ ଡ୍ରାଇଭରଙ୍କ ଦୁଷ୍କର୍ମ ଅଭିଯୋଗ। ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଧନପଟା ଗାଁର ଜଣେ ଯୁବତୀ ଗତ ୫ ତାରିଖରେ ମୋହନାରୁ ଜିନିଷପତ୍ର ନେଇ ଅଟୋରେ ଘରକୁ ଫେରୁଥିଲେ। ସଂଧ୍ୟା ହୋଇଯାଇଥିବାରୁ ନିଛାଟିଆ ଜାଗାରେ ଅଟୋ ଡ୍ରାଇଭର ତାଙ୍କୁ ଦୁଷ୍କର୍ମ କରି ଅଟୋରୁ ଠେଲି ଦେଇଥିଲେ।

ପରେ ଅନ୍ୟ ତିନିଚାରିଜଣ ତାଙ୍କୁ ମାଡ଼ ମାରି ସେଠାରୁ ଚାଲିଯାଇଥିବା ସେ କହିଛନ୍ତି। ତାଙ୍କ ମୁଣ୍ଡ, ଛାତି, ହାତରେ ଗଭୀର ଆଘାତ ଲାଗିଥିବା ବେଳେ ପ୍ରଥମେ ତାଙ୍କୁ ମୋହନା ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ନ୍ୟାୟ ଦେବା ସହ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ପୀଡ଼ିତାଙ୍କ ବାପା ମୋହନା ଥାନାରେ ଏତଲା ଦେଇଛନ୍ତି। ବ୍ରହ୍ମପୁର ମେଡିକାଲରେ ତାଙ୍କୁ ସ୍ୱେଚ୍ଛାସେବୀ ଭେଟିଛନ୍ତି। ସେପଟେ ଅଭିଯୁକ୍ତ ଅଟୋ ଚାଳକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ମୋହନା ଥାନା ଅଧିକାରୀ।

Leave A Reply

Your email address will not be published.