ହିରୋଇନ ରୋଲ ଦେବାକୁ କହି ରାଜଧାନୀରେ ମହିଳାଙ୍କୁ ଦୁଷ୍କର୍ମ: ୭ ମାସ ଧରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ
ଭୁବନେଶ୍ବର(କେନ୍ୟୁଜ୍): ଆଲବମରେ ହିରୋଇନ ରୋଲ ଦେବାକୁ କହି ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ଫୁଲବାଣୀରୁ ମହିଳାଙ୍କୁ ଆଣି ରାଜଧାନୀର ଏକ ଘରେ ୭ମାସ ଧରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଫୁଲବାଣୀର ଜଣେ ଯୁବକ ମିଳନ କଅଁରଙ୍କ ନାଁରେ ଅଭିଯୋଗ ଆଣି ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା। ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀ ଜେଲରେ ଥିବା ବେଳେ ୨୦୨୦ ଡିସେମ୍ବର ୨୩ରେ ତାଙ୍କୁ ଭୁବନେଶ୍ୱର ଆଣି ସୁନ୍ଦରପଦା ଅଞ୍ଚଳରେ ରଖିଥିଲା ଅଭିଯୁକ୍ତ।
ତେବେ କୌଶଳ କ୍ରମେ ପୀଡ଼ିତା ୨୦୨୧ ଜୁଲାଇ ୨୩ରେ ପୀଡ଼ିତା ଜଣକ ପାଚେରୀ ଡେଇଁ ନିଜ ଘରକୁ ପଳେଇ ଥିଲେ। ପରେ ଚଳିତ ମାସ ୮ତାରିଖରେ ତାଙ୍କୁ ପୁଣିଥଲେ ଅପହରଣ କରିନେଇ ସମ୍ବଲପୁରରେ ୮ଦିନ ରଖିଥିଲା ଅଭିଯୁକ୍ତ। ଏହାସହ ମୁହଁ ଖୋଲିଲେ ତାଙ୍କୁ ଓ ତାଙ୍କ ପୁଅକୁ ଜୀବନ ରେ ମାରି ଦେବାକୁ ଧମକ ଦେଇଛି ।