ପୁଣି ଅନ୍ଧବିଶ୍ୱାସ: ଭୂତ ସବାର ହୋଇଥିବା କହି ମେଡିକାଲ ୱାର୍ଡରେ ମାନସିକ ରୋଗୀଙ୍କୁ ଝଡ଼ାଫୁଙ୍କା

ଅନୁଗୋଳ(କେନ୍ୟୁଜ୍): ପୁଣି ଅନ୍ଧବିଶ୍ୱାସ। ଭଲ ହେବା ପାଇଁ ଝଡାଫୁଙ୍କା। ମେଡିକାଲ ୱାର୍ଡରେ ମାନସିକ ରୋଗୀଙ୍କୁ ଝଡ଼ାଫୁଙ୍କା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଜଣେ ପୁରୁଷ ରୋଗୀଙ୍କ ଦେହରେ ଭୂତ ସବାର ହୋଇଥିବା କହି ଝଡ଼ାଫୁଙ୍କା କଲେ ଆଉ ମାଡ଼ ମାରିଲେ ଅନ୍ୟଜଣେ ରୋଗୀଙ୍କ ମହିଳା ଆଟେଣ୍ଡାଣ୍ଟ।

ମାଳମାଳ ସୁରକ୍ଷା କର୍ମୀଙ୍କ ସହ ମେଡିକାଲ କର୍ମଚାରୀ ଉପସ୍ଥିତ ଥିଲେ। ରୋଗୀ ଜଣକ ଯନ୍ତ୍ରଣାରେ ଚିତ୍କାର କରୁଥିଲେ ମଧ୍ୟ ସମସ୍ତେ କେବଳ ଦେଖଣାହାରି ସାଜିଥିଲେ। ପ୍ରାୟ ଅଧଘଣ୍ଟା କାଳ ଧରି ଚାଲିଥିଲା ଏପରି ନାଟକ । ଏହି ଘଟଣାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ଉତ୍ତେଜନା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.