ଦୀର୍ଘ ୬ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ମହିଳା, ଶାଶୁଘରୁ ନିଖୋଜ ହୋଇ ଯାଇଥିବା ରାଇମତିଙ୍କୁ ଶେଷରେ ପାଇଲେ ପରିବାର ଲୋକ

ଦୀର୍ଘ ୬ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ମହିଳା। ଶାଶୁଘର ବରଗଡ଼ ଡଭାରୁ ନିଖୋଜ ହୋଇ ଯାଇଥିବା ରାଇମତିଙ୍କୁ ଶେଷରେ ପାଇଲେ ପରିବାର ଲୋକ। ରାଇମତିଙ୍କୁ ବହୁ ଖୋଜାଖୋଜି କରିବା ପରେ ବାପ ଘର ଲୋକ ଚୁପ ହୋଇଯାଇଥିଲେ। କେମିତି ସେ କୋରାପୁଟ ଚାଲି ଆସିଲେ ତାହା ଜାଣିନାହାନ୍ତି ରାଇମତି। କିନ୍ତୁ କୋରାପୁଟ ଦିପ୍ତୀନିବାସରେ ମାନସିକ ଦିବସ ଅବସରରେ ଆଇନସେବା ପ୍ରାଧୀକରଣ ସଂପାଦିକାଙ୍କ ସହ ଭେଟ ହୋଇଥିଲା ରାଇମତିଙ୍କର। କଥାବାର୍ତା ବେଳେ ଅଳ୍ପ କିଛି କହିପାରିଥିଲେ ସେ। ନୂଆପଡ଼ା ପୋଲିସ ଓ ଆଇନସେବା ସଦସ୍ୟଙ୍କ ସହଯୋଗରେ ଭିଡିଓ କନଫରେନସିଂରେ ପରିଚୟ ମିଳିଲା। ଆଉ ୬ ବର୍ଷ ପରେ ପରିବାରକୁ ଫେରିଛି ଝିଅ। କୋରାପୁଟ ଆଇନସେବା ପ୍ରାଧୀକରଣ ପକ୍ଷରୁ ପ୍ରଥମ କରି ଏଭଳି ପଦକ୍ଷେପ ନିଆଯାଇଛି। ମହିଳାଙ୍କୁ ସୁରକ୍ଷିତ ଭାବେ ତାଙ୍କ ପରିବାର ସହ ମିଶେଇ ପାରିଛନ୍ତି। ରାଇମତିଙ୍କ ଆଗାମୀ ଦିନରେ ଜୀବନଯାପନ ନେଇ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଡିଏଲ୍‌ଏସ୍‌ଏ ସଂପାଦିକା।