ଉଦାହରଣ ସୃଷ୍ଟି କଲେ ମୁକୁନ୍ଦପୁରପାଟଣାର ମହିଳା ସରପଞ୍ଚ, ମୃତଦେହକୁ ଶ୍ମଶାନକୁ ବୋହି ନେଇ କଲେ ସତ୍କାର

ମୃତକଙ୍କୁ କାନ୍ଧ ଦେଲେନି ସାହି ପଡିଶା। ତେବେ ଆଗେଇ ଆସିଲେ ମହିଳା ସରପଞ୍ଚ। ନିଜେ ବୋହି ନେଲେ ମୃତଦେହ । ମାନବିକତା ତ ଦେଖାଇଲେ ତା ସହିତ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱର ବାର୍ତ୍ତା ବି ଦେଲେ ।

ଘଟଗାଁ (କେନ୍ୟୁଜ୍): ମୃତକଙ୍କୁ କାନ୍ଧ ଦେଲେନି ସାହି ପଡିଶା। ତେବେ ଆଗେଇ ଆସିଲେ ମହିଳା ସରପଞ୍ଚ। ନିଜେ ବୋହି ନେଲେ ମୃତଦେହ । ମାନବିକତା ତ ଦେଖାଇଲେ ତା ସହିତ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱର ବାର୍ତ୍ତା ବି ଦେଲେ । ଜଣେ ଜନପ୍ରତିନିଧି ଭାବରେ ଲୋକଙ୍କ ଦୁଃଖରେ ଆମେ ଅଛୁ ବୋଲି ଉଦାହରଣ ସୃଷ୍ଟି କଲେ ମୁକୁନ୍ଦପୁରପାଟଣା ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ।

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବିଣାଝରୀ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ଗାଁର ଚୈତନ୍ୟ ନାଏକଙ୍କ ପତ୍ନୀ ଚାନ୍ଦମଣି ମୁଣ୍ଡାଙ୍କ ମୃତ୍ୟୁ ହୋଇଥିଲା। ଶବ ସତ୍କାର ପାଇଁ ଚୈତନ୍ୟ ସାହି ପଡ଼ିଶାଙ୍କୁ ଡାକିଲେ। ହେଲେ ଗାଁ ଲୋକଙ୍କ ସହ ଜମିବାଡି ବିବାଦ ରହିଥିବାରୁ କେହି ତାଙ୍କର ସହଯୋଗ ପାଇଁ ଆସିନଥିଲେ। ଘଣ୍ଟା ଘଣ୍ଟା ଧରି ପଡି ରହିଥିଲା ଚାନ୍ଦମଣିଙ୍କ ମୃତଦେହ।

sarapanch

ପରେ ଖବର ପାଇ ଚୈତନ୍ୟଙ୍କ ଘରେ ପହଞ୍ଚି ଥିଲେ ମହିଳା ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ। ଗାଁର କିଛି ଲୋକଙ୍କୁ ଡାକି ନିଜେ ମୃତଦେହକୁ ଶ୍ମଶାନକୁ ବୋହି ନେଇ ସତ୍କାର କରିଥିଲେ। ଠିକଣା ସମୟରେ, ଦୁଃଖ ବେଳରେ ଲୋକଙ୍କ ସହାୟତା କରିଥିବାରୁ ମହିଳା ସରପଞ୍ଚଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।