ଜି ୨୦ ସମ୍ମିଳନୀରେ ଯୋଗଦେବେ ମହାକାଳପଡା ବତୀଘର ପଞ୍ଚାୟତର ମହିଳା ସରପଞ୍ଚ ଶିବାନୀ
ଆଉ ମାତ୍ର ଗୋଟିଏ ଦିନପରେ ଗୁଜୁରାଟର ଗାନ୍ଧୀ ନଗରରେ ଆରମ୍ଭ ହେବ ଜି ୨୦ ସମ୍ମିଳନୀ । ଆଉ ଏଥିରେ ଅଧ୍ଯକ୍ଷତାରେ କରିବେ ଭାରତର ପ୍ରଧାନମନ୍ତ୍ରୀ । ଯୋଗ ଦେବେ ବିଶ୍ଵର ଅନେକ ଦେଶର ପ୍ରଧାନମନ୍ତ୍ରୀ। କିନ୍ତୁ ଏମାନଙ୍କ ମଧ୍ୟରେ ସାରା ଓଡିଶା ପାଇଁ ଯୋଗଦେବେ କେନ୍ଦ୍ରାପଡାର ଜଣେ ମହିଳା ସରପଂଚ।

ମହାକାଳପଡା(କେନ୍ଯୁଜ୍): ଆଉ ମାତ୍ର ଗୋଟିଏ ଦିନପରେ ଗୁଜୁରାଟର ଗାନ୍ଧୀ ନଗରରେ ଆରମ୍ଭ ହେବ ଜି ୨୦ ସମ୍ମିଳନୀ । ଆଉ ଏଥିରେ ଅଧ୍ଯକ୍ଷତାରେ କରିବେ ଭାରତର ପ୍ରଧାନମନ୍ତ୍ରୀ । ଯୋଗ ଦେବେ ବିଶ୍ଵର ଅନେକ ଦେଶର ପ୍ରଧାନମନ୍ତ୍ରୀ। କିନ୍ତୁ ଏମାନଙ୍କ ମଧ୍ୟରେ ସାରା ଓଡିଶା ପାଇଁ ଯୋଗଦେବେ କେନ୍ଦ୍ରାପଡାର ଜଣେ ମହିଳା ସରପଂଚ।
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବତୀଘର ପଂଚାୟତର ସରପଂଚ ଶିବାନୀ ବିଜୁଳି। ଗତ ଡିସେମ୍ବର ୧୭ ତାରିଖରେ ଭୁବନେଶ୍ଵର ଠାରେ ଆୟୋଜିତ ରାଜ୍ଯ ବିପର୍ଯ୍ଯୟ ପରିଚାଳନା ବିଭାଗ ତରଫରୁ ସାରା ରାଜ୍ଯର ବିପର୍ଯ୍ଯୟ ଅଧ୍ଯୁଷିତ ପଂଚାୟତର ୨୭ ଜଣ ସରପଂଚଙ୍କୁ ନିମନ୍ତ୍ରଣ କରାଯାଇଥିଲା ।
ସମସ୍ତଙ୍କ ମଧ୍ୟରୁ ଶିବାନୀ ଉକ୍ତ ସମ୍ମିଳନୀରେ ଦୈବ ଦୁର୍ବିପାକ ସମୟରେ କିପରି ବିପର୍ଯ୍ଯୟର ମୁକାବିଲା କରାଇ ଧନ ଜୀବନର ସୁରକ୍ଷା କରାଯାଇପାରିବ ଏ ନେଇ ପ୍ରାଞ୍ଜଳ ଭାବେ ଉତ୍ତର ବଖାଣିଥିଲେ। ସେଥିରେ ମହାବାତ୍ୟା ସମୟରେ ନିଜର ଦୁଇ ଭାଇ ପ୍ରାଣ ହରାଇଥିବାର ସେ ହ୍ରୁଦୟ ବିଦାରକ ଦ୍ରୁଶ୍ଯ ବର୍ଣ୍ଣନା କରିଥିଲେ। ଯାହା ପରେ ବିଚାରକ ମଣ୍ଡଳୀ ଶିବାନୀଙ୍କୁ ଜି୨୦ ସମ୍ମିଳନୀରେ ଯୋଗଦେବାକୁ ଚୟନ କରି, କେନ୍ଦ୍ରାପଡା ପ୍ରଶାସନ ଜରିଆରେ ଶିବାନୀଙ୍କୁ ନିମନ୍ତ୍ରଣ କରିଥିଲେ।
ସମୂଦ୍ର ଉପକୂଳବର୍ତୀ କେନ୍ଦ୍ରାପଡା ଜିଲ୍ଲାର ବତୀଘର ପଂଚାୟତ ଆଜିବି ଏକ ଦ୍ଵୀପ ଭିତରେ ଅବସ୍ଥିତ। ଏହି ପଂଚାୟତକୁ ଗମନା ଗମନ ପାଇଁ ଆଜି ବି ଡଙ୍ଗା ଉପରେ ଭରସା କରିବାକୁ ପଡିଥାଏ। ସାରା ଓଡିଶାରୁ ଶ୍ରାବଣୀ ଜି୨୦ ସମ୍ମିଳନୀରେ ଯୋଗଦେବା କଥା ଜଣାପଡିବା ପରେ ଛୁଟୁଛି ଆର୍ଶିବାଦ ଓ ଅଭିନନ୍ଦନ। ସେଠାରେ ମାତ୍ର ୪ ମିନିଟ୍ ପାଇଁ ନିଜର ଅଭିଭାଷଣ ରଖିବାକୁ ସୁଯୋଗ ମିଳିଛି ଶିବାନୀଙ୍କୁ।
ଏହି ସ୍ୱଳ୍ପ ସମୟରେ ଶ୍ରାବଣୀ ନିଜ ପଂଚାୟତ ସହ ଜିଲ୍ଲା ତଥା ରାଜ୍ଯ ପାଇଁ କିଛି କହିବାର ସୁଯୋଗ ପାଇଥିବାରୁ ପରିବାର ସହ ସାରା ଜିଲ୍ଲାରେ ଏବେ ଏହି ତାଙ୍କୁ ନେଇ ଚର୍ଚ୍ଚା। ମହିଳା ସରପଂଚ ଭାବେ ଜିଲ୍ଲା ତଥା ରାଜ୍ଯ ପାଇଁ ଗର୍ବ ଆଣିଛନ୍ତି ଶିବାନୀ ବିଜୁଳି।