ପପୁ ସିଂ ହତ୍ୟା ମାମଲାରେ ରାୟ ଶୁଣାଇଲେ ପାନପୋଷ କୋର୍ଟ: ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା ମାମଲାରେ ସ୍ତ୍ରୀକୁ ଆଜୀବନ, ଛାଡ଼ ପାଇଲା ପ୍ରେମିକ

ରାଉରକେଲା: ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା ମାମଲାରେ ସ୍ତ୍ରୀକୁ ଆଜୀବନ କାରାଦଣ୍ଡାଦେଶ । ତେବେ ପ୍ରେମିକ କିନ୍ତୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ଛାଡ଼ ପାଇଛି । ୨୦୧୭ରେ ରାଉରକେଲା ଟିମ୍ବର ଅଞ୍ଚଳର ପପୁ ସିଂ ହତ୍ୟା ମାମଲାରେ ପାନପୋଷ କୋର୍ଟ ରାୟ ପ୍ରକାଶ କରିଛନ୍ତି । ହତ୍ୟା ଅଭଯୋଗରେ ପପୁର ସ୍ତ୍ରୀ ମନଜିତ କୌରକୁ ଆଜୀବନ କାରାଦଣ୍ଡ ସହ ଜରିମାନା ବାବଦରେ ୧୦ହଜାର ଟଙ୍କା ନିର୍ଦ୍ଦେଶ ଦେଇଛନ୍ତି ।

ଜରିମାନା ଅନାଦେୟ ଦୁଇବର୍ଷ ଜେଲ ଦଣ୍ଡ ନିର୍ଦ୍ଦେଶ ହୋଇଛି । ୨୦୧୭ ଅକ୍ଟୋବର ଏକ ତାରିଖରେ ଟିମ୍ବର ଅଞ୍ଚଳର ପପୁ ସିଂଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ସ୍ୱାଭାବିକ ମୃତ୍ୟୁ ଦର୍ଶାଇବାକୁ ତାର ସ୍ତ୍ରୀ ମନଜିତ ପ୍ଲାଣ୍ଟ ସାଇଟ ଥାନାରେ ଏତଲା ଦେଇଥିଲା । ଶବ ବ୍ୟବଚ୍ଛେଦ ପରେ କିନ୍ତୁ ଏହା ହତ୍ୟା ବୋଲି ଜଣାପଡ଼ିଥିଲା। ପ୍ରେମରେ ବାଧା ଉପୁଜିବା ପରେ ମନଜିତ ତାର ପ୍ରେମିକ ସହ ମିଶି ପପୁକୁ ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡ଼ିଥିଲା। ସାକ୍ଷ୍ୟପ୍ରମାଣ ଆଧାରରେ ମନଜିତକୁ ଜେଲ ହୋଇଥିବା ବେଳେ ତାର ପ୍ରେମିକ କିନ୍ତୁ ପ୍ରମାଣ ଅଭାବରୁ ଖଲାସ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.