ପ୍ରେମିକ ବାଇକ୍ରେ ନିଆଁ ଲଗାଇଦେଲା ପ୍ରେମିକା, ହୁତୁହୁତୁ ହୋଇ ଜଳିଗଲା ବାଇକ୍

ବେଗୁନିଆ(କେନ୍ୟୁଜ): ପ୍ରେମିକ ବାଇକ୍ରେ ନିଆଁ ଲଗାଇଦେଲା ପ୍ରେମିକା । ହୁତୁହୁତୁ ହୋଇ ଜଳିଗଲା ବାଇକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବେଗୁନିଆ ଗଁପୁର ଗାଁର ବଜାର ମଝିରେ । କଣ୍ଟାମଳିମ ଗ୍ରାମର ଦୁଇ ଯୁବକ ଯୁବତୀ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିବା ବେଳେ ଗତ କିଛି ବର୍ଷ ହେବ ପ୍ରେମିକ ପ୍ରଦୀପ୍ତ ହରିଚନ୍ଦନ ଅନ୍ୟତ୍ର ବିବାହ କରିଛି ।
ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଅନେକ ଥର ଗଣ୍ଡଗୋଳ ହୋଇଛି । ସଂଧ୍ୟାରେ ଗଁପୁର ବଜାର ତ୍ରିନାଥ ମଣ୍ଡପ ନିକଟରେ ଉଭୟଙ୍କ ବଚସା ହେବା ସହ ପ୍ରେମିକାଠୁ ମାଡ ଖାଇ ସେଠାରୁୁ ପଳାଇଥିଲା ପ୍ରେମିକ ।
ତେବେ ପ୍ରେମିକାର ରାଗ ସେତିକିରେ ଶୁଝି ନଥିଲା । ସେଠାରେ ପ୍ରେମିକ ଛାଡିଯାଇ ଥିବା ବାଇକରେ ନିଆଁ ଲଗାଇ ଦେଇଥିଲା ପ୍ରେମିକା । ବାଇକଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ବେଗୁନିଆ ଅଗ୍ନିଶମ ଟିମ୍ ନିଆଁ ଲିଭାଇଥିଲେ । ବାଘମାରୀ ଥାନା ପାଲିସର ତଦନ୍ତ ଜାରି ।