ଯାଆଁଳା ଫାଣ୍ଡି ପରିସର କାର ଭିତରୁ କଙ୍କାଳ ମିଳିବା ଘଟଣା, ମହିଳାଙ୍କ ପରିଚୟ ଦେଲେ ମିଳିବ ପୁରସ୍କାର!

ଭୁବନେଶ୍ବର: ଯାଆଁଳା ଫାଣ୍ଡି ପରିସର କାର ଭିତରୁ କଙ୍କାଳ ମିଳିବା ଘଟଣାରେ ମହିଳାଙ୍କ ପରିଚୟ ଦେଲେ ମିଳିବ ପୁରସ୍କାର । ଏନେଇ ପୋଲିସ କମିସନରଙ୍କୁ ଚିଠି ଲେଖିବେ ଭୁବନେଶ୍ୱର ଡିସିପି । ମହିଳାଙ୍କ ପରିଚୟ ଜାଣିବା ପାଇଁ ରାଜଧାନୀର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ପୋଷ୍ଟର ଲଗାଇଥିଲା କମିଶନରେଟ୍‌ ପୋଲିସ ।

ଏହାପରେ ପୋଲିସ ପାଖକୁ ୫ ଶହରୁ ଅଧିକ କଲ୍‌ ଆସିଛି । ଏଥିସହ ୪ ରାଜ୍ୟ ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼କୁ ମହିଳାଙ୍କ ସ୍କେଚ୍‌ ପଠାଇଛି କମିଶନରେଟ୍‌ ପୋଲିସ । ଗତ ଫେବ୍ରୁଆରି ୧୨ ତାରିଖରେ ଯାଁଳା ଫାଣ୍ଡି ପରିସରରେ ଥିବା ଏକ ଜବତ ଗାଡ଼ିକୁ ନରକଙ୍କାଳ ଉଦ୍ଧାର ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.