ବାହାଘର ନା ଖେଳଘର? ଶୀତୁଆ ରାତିରେ ସ୍ୱାମୀ ଘର ଆଗରେ ପୁଣି ଜଣେ ମହିଳାଙ୍କ ଧାରଣା

ବଲାଙ୍ଗିର(କେନ୍ଯୁଜ୍): ସ୍ୱାମୀ ଘର ଆଗରେ ସ୍ତ୍ରୀର ଧାରଣା। ବଲାଙ୍ଗିର ସହର ଟିକ୍ରାପଡାରେ ସ୍ୱାମୀ ଘର ଆଗରେ ଶୀତୁଆ ରାତିରେ ଧାରଣାରେ ବସିଛି ସ୍ତ୍ରୀ। ଟିକ୍ରାପଡାର ବାସୁଦେବ ମିଶ୍ର ଏବଂ ତାଙ୍କ ସ୍ତ୍ରୀ ଲୋପାମୁଦ୍ରା ମିଶ୍ରଙ୍କ ଭିତରେ ୨୦୧୮ ମସିହାରେ କୌଣସି କାରଣକୁ ନେଇ ବିବାଦ ଦେଖାଦେଇଥିଲା । ପରେ ଲୋପାମୁଦ୍ରା ନିଜର ଜିନିଷ ପତ୍ର ସାଂଗରେ ନେଇ ସମ୍ବଲପୁର ଠାରେ ଥିବା ନିଜ ବାପ ଘରକୁ ଚାଲି ଯାଇଥିଲେ। ପ୍ରଥମେ ଥାନା ଓ ତାପରେ କୋର୍ଟରେ ଚାଲିଛି ମାମଲା । ଡିଭୋର୍ସ ପାଇଁ କୋର୍ଟରେ ମାମଲା ଚାଲିଥିବା ବେଳେ ସ୍ୱାମୀଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି ଲୋପାମୁଦ୍ରା।
ଲୋପାମୁଦ୍ରା ସମ୍ବଲପୁରରୁ ଆସି, ଗତ କିଛି ମାସ ହେବ ବଲାଙ୍ଗିର ସହରର ତାଲପାଲି ପଡାରେ ଏକ ଭଡା ଘର ନେଇ ରହୁଥିଲେ । ଘର ମାଲିକ ଭଡା ଘରୁ ତଡିଦେବାରୁ ଏବେ ସ୍ୱାମୀଙ୍କ ସହିତ ରହିବା ପାଇଁ ଜିଦ୍ରେ ଧାରଣାରେ ବସିଛନ୍ତି । ସେପଟେ ସଖି ସେଣ୍ଟର ତରଫରୁ ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିବା ଜଣାପଡିଛି ।