ରିସେପ୍ସନ ଷ୍ଟେଜରେ ହାଇଡ୍ରାମା, ବରକୁ ଉଠାଇ ଆଣିଲା ପ୍ରେମିକା
ତୁମେ ମୋତେ ଛାଡ଼ି ଆଉ କାହାକୁ ବାହା ହୋଇ ପାରିଲ କେମିତି l ଏତେ ଦିନର ସମ୍ପର୍କ ସେ ରେଷ୍ଟୁରାଣ୍ଟ ଆଉ ପାର୍କ l ସେ ମନ୍ଦିର ସାକ୍ଷୀ ଅଛି ଦେବୀ ବେବତା ସାକ୍ଷୀ ଅଛନ୍ତି । ସବୁ ଏତେ ଶୀଘ୍ର ଭୁଲି ଗଲ ? ତୁମକୁ ଜର ହେଲେ ମେଡିକାଲ ନେଉଥିଲା କିଏ ? ରାତି ରାତି ତୁମ ପାଖରେ ବସି ଠାକୁରଙ୍କୁ ମାନସିକ କରି ତୁମ ରୋଗ ଭଲ କରାଉଥିବା ଝିଅଟିକୁ ଭୁଲି ଆଉ କାହାର ହାତ ଧରିବାକୁ ତୁମ ହାତ ଗଲା କେମିତି ?
ଇଏ ଥିଲା ଜଣେ ପ୍ରେମିକାର ଅଭିମାନ, ରାଗଭରା କଥା । ଆଉ ସେହି ରାଗ ଦେଖିବାକୁ ମିଳିଲା ବାହାଘର ରିସେପ୍ସନରେ । ଷ୍ଟେଜରେ ନବ ଦମ୍ପତିଙ୍କ ସହ ଫଟୋ ଉଠାଉ ଥିଲେ ଅତିଥିମାନେ । ସେପଟେ ଭୋଜିଭାତର ଜମିଥାଏ ଆସର । ଲୋକେ ଭୋଜି ଖାଉଥାଆନ୍ତି । ଠିକ୍ ଏହି ସମୟରେ ହଠାତ୍ ଆରମ୍ଭ ହୋଇଗଲା ହାଇଡ୍ରାମା । ରିସେପ୍ସନ ଷ୍ଟେଜରୁ ବରକୁ ଉଠାଇ ଆଣିଲା ପ୍ରେମିକା । ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଏମିତି କଣ ହେଲା ଯେ ପ୍ରେମିକା ଆଉ ତାଙ୍କ ପରିବାର ଲୋକେ ରିସେପ୍ସନ ଷ୍ଟେଜରେ ଗଣ୍ଡଗୋଳ କଲେ ? ତେବେ ଆସନ୍ତୁ ଜାଣିବା ପୂରା ଘଟଣା ?
ବାହାଘର ରିସେପ୍ସନ ବେଳେ ଏକ ମଣ୍ଡପରେ ହେଲା ତମ୍ବିତୋଫାନ। ବାହାଘରକୁ ନେଇ ହୋଇଥିଲା ଏହି ଗଣ୍ଡଗୋଳ । ଏ ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠରେ । ଧଉଳି ଥାନା ଅନ୍ତର୍ଗତ ଏକ ମଣ୍ଡପରେ ରବିବାର ରାତିରେ ଚାଲିଥିଲା ବିବାହ ରିସେପସନ । କିନ୍ତୁ ହଠାତ ସେଠାରେ ପହଞ୍ଚିଥିଲେ ବରର ପ୍ରେମିକା । କହିଥିଲେ ମୋ ନିର୍ବନ୍ଧ ମୁଦି ଫେରାଅ… । ଆଉ ତା’ ପରେ ଆରମ୍ଭ ହୋଇଗଲା ଗଣ୍ଡଗୋଳ । ଯୁବତୀଙ୍କ ମୁଦି ଫେରାଇବା କଥା ଶୁଣି ବର ପରିବାରର ଜଣେ ସଦସ୍ୟ ଆସି ଯୁବତୀଙ୍କୁ ମାରିବାକୁ ହାତ ଉଠାଇଥିଲେ ଆଉ ଚାଲିଯିବାକୁ କହିଥିଲେ । ହେଲେ ଏହାକୁ ଖାତିର ନକରି ନିଜ ଜିଦ୍ ରେ ଅଡ଼ି ବସିଥିଲେ ଯୁବତୀ । ଷ୍ଟେଜରେ ବେଶ୍ କିଛି ସମୟ ଚାଲିଲା ହାଇଡ୍ରାମା । ପରେ ଏହି ଗଣ୍ଡଗୋଳ କଥା ପରେ ଥାନାରେ ପହଞ୍ଚିଥିଲା ।
ତେବେ ପୂର୍ବରୁ ଯୁବତୀଙ୍କ ସହ ଏହି ଯୁବକଙ୍କର ନିର୍ବନ୍ଧ ସରିଥିଲା । କିନ୍ତୁ ଯୁବତୀଙ୍କୁ ବାହା ନହୋଇ ଯୁବକ ଜଣଙ୍କ ଆଉ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଏ ଖବର ପାଇବା ପରେ ପୋଲିସ ସହାୟତାରେ ଯୁବତୀ ଜଣଙ୍କ ସେଠାରେ ପହଞ୍ଚି ଯାଇଥିଲେ । ଅଉ ତାଙ୍କ ରିସେପସନ ଷ୍ଟେଜରେ ତାଙ୍କୁ ଥାନାକୁ ଆଣିଥିଲେ ।
ସେପଟେ ବରଙ୍କୁ ଅଟକ ରଖିବା ସହ ପୁରା ଘଟଣାର ତଦନ୍ତ କରୁଛି ପୋଲିସ । ଏନେଇ ଉଭୟ ପକ୍ଷକୁ ଲିଙ୍ଗରାଜ ଥାନାରେ ରଖାଯାଇଛି । ପୋଲିସ ଉପସ୍ଥିତିରେ ଆପୋଷ ବୁଝାମଣା ହୋଇଥିବା ପ୍ରେମିକାଙ୍କ ବାପା କହିଛନ୍ତି । ଝିଅର ବାପା ଅଭିଯୋଗ କରିଛନ୍ତି ଯେ, ପୂର୍ବରୁ ଝିଅ ଠାରୁ ପୁଅ ପାଞ୍ଚ ଲକ୍ଷ ଟଙ୍କା ନେଇଛନ୍ତି । ଯଦି ଅନ୍ୟତ୍ର ବିବାହ କରିଲ ତେବେ ଆମକୁ ସେ ଟଙ୍କା ଫେରାଅ ।
ତେବେ ଯୁବତୀଙ୍କ ବାପା କହିବା ଅନୁଯାୟୀ, ମାର୍ଚ୍ଚରେ ଝିଅ ସହ ନିର୍ବନ୍ଧ ହୋଇଥିବା ବେଳେ ଡିସେମ୍ବରରେ ହୋଇଥାଆନ୍ତା ବାହାଘର । ହେଲେ ପୁଅ ଘର ପକ୍ଷରୁ ୧୦ ଲକ୍ଷ ଟଙ୍କା ଯୌତୁକ ବାବଦକୁ ମାଗିଥିଲେ । ଏତେ ଟଙ୍କା ଦେବା ପାଇଁ ରାଜି ହୋଇ ନଥିଲେ ଯୁବତୀଙ୍କ ବାପା । ପରେ ଏହି କଥା ସେଇଠି ହିଁ ରହିଥିଲା ଆଗକୁ ବଢ଼ି ନଥିଲା କି ନିର୍ବନ୍ଧ ଭାଙ୍ଗି ନଥିଲା । ପରେ ପୁଅ ଘର ପକ୍ଷରୁ ଝିଅ ଘରକୁ ନଜଣାଇ ଅନ୍ୟ ଯୁବତୀଙ୍କ ସହ ପୁଅର ବିବାହ କରାଇଥିଲେ । ଝିଅ ଘର ନାଁରେ ପାଲଟା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଶୁଣିବା ପରେ ରିସେପସନ ଚାଲିଥିବା ସମୟରେ ଝିଅ ଘର ପକ୍ଷ ପୋଲିସ ସହ ଆସି ମଣ୍ଡପରେ ପହଞ୍ଚିଥିଲେ । ଆଉ ସେଠାରେ ଚାଲିଥିଲା ଗଣ୍ଡଗୋଳ ।
Also Read:ନାରାୟଣପୁର ଗାଁ ରେ ଘଟିଲା ଅଘଟଣ, ବଜ୍ରପାତରେ ଅଜା-ନାତି ମୃତ
