ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ । ବୋହୂ ଅଛନ୍ତି ଥାନା ଭିତରେ । କଣ ବା କରିବେ, ପୋଲିସ ଥାନା ପରିସରରେ ପହଁଚି ବୋହୁ ପାଖରୁ ଛୁଆକୁ ସ୍ତନ୍ୟପାନ କରାଇବାକୁ ଡହଳ ବିକଳ ହେଉଛନ୍ତି ଶାଶୁମାନେ । କାହିଁକିନା ଏମାନଙ୍କ ବୋହୁ ଥାନାରେ ଥିବାବେଳେ ଛୁଆ ମାଆକୁ ନ ପାଇ ରୋଗିଣା ହୋଇଗଲେଣି ଅଶୁସ୍ଥ ହୋଇ ପଡିଲେଣି ।
ତେବେ କହିରଖିବାକୁ ଚାହିଁବୁ ଯେ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କାନପୁର ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ପରିବାରର ସୂଚନା ଅନୁଯାୟୀ ମିଥ୍ୟା ଅଭିଯୋଗରେ ତିନି ମହିଳାଙ୍କୁ ଗିରଫ ଘଟଣା ଏବେ ସେମାନଙ୍କ କୁନି ପିଲାଙ୍କ ପାଇଁ ସମସ୍ୟା ପାଲଟିଛି । ଏହି ଗିରଫ ମହିଳାଙ୍କର ଅଛନ୍ତି ୩ଟି କୁନି କୁନି ପିଲା । ଜଣଙ୍କର ବୟସ ୬ ମାସ ଅନ୍ୟ ଦୁଇଜଣ ୧୫ ମାସ ଓ ୨୦ ମାସ ବୋଲି ସୂଚନା ଦେଇଛନ୍ତି ।
ମାଆ କ୍ଷୀର ଅଭାବରୁ ପିଲାମାନଙ୍କର ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖା ଦେଇଛି। ମହିଳାଙ୍କ ଶାଶୁ କାଞ୍ଚନ ବାଳା ରାଉତ ଓ ତାଙ୍କର ଯାଆ ଦୁଇଜଣ ଶିଶୁକୁ ଆଣି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ପରାମର୍ଶ କରି ଫେରିଛନ୍ତି। ଦୀପାଞ୍ଜଳି ରାଉତ, ଦିପ୍ତିମୟୀ ରାଉତ, ଓ ପପିନା ରାଉତଙ୍କ ବିରୁଦ୍ଧରେ ସଂଗୀନ ଦଫା ଲାଗିଥିବାରୁ ଶୀଘ୍ର ମୁକୁଳିବା ଆଶା କମ ଥିବାବେଳେ ପିଲାଙ୍କୁ ନେଇ ଚିନ୍ତାରେ ପରିବାର। ସୂଚନା ଅନୁଯାୟୀ ୱାରେଣ୍ଟିଙ୍କୁ ପୋଲିସ ନପାଇବା ମହିଳାମାନଙ୍କ ପାଇଁ ହେଲା କାଳ। ଅନ୍ୟ ପକ୍ଷରେ ପିଲାଙ୍କ ପାଇଁ ବଢୁଥିବା ଅନୁକମ୍ପା ଓ ଟାଙ୍ଗୀ ପୁଲିସର ଏଭଳି ହୃଦୟ ହୀନ ପଦକ୍ଷେପ ପାଇଁ ଅଂଚଳରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ନମିଳିଲେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ତ ହେବେ ବୋଲି ଶାଶୁମାନେ ପ୍ରକାଶ କରିଛନ୍ତି ।
You might also like