ସ୍ୱାମୀଙ୍କ ଦ୍ୱିତୀୟ ବିବାହକୁ ବିରୋଧ କରି ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

କେନ୍ଦୁଝର: ସ୍ୱାମୀଙ୍କ ଦ୍ୱିତୀୟ ବିବାହକୁ ବିରୋଧ କରି ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ । କେନ୍ଦୁଝର ଜିଲ୍ଲା ଗୋରୁମହିସାଣି ଥାନା ଡଙ୍ଗାପାଣି ଗାଁର ପୂର୍ଣ୍ଣିମା ନାୟକ ତେଲକୋଈ ଥାନା ହାଲପୋଡ଼ି ଗାଁର ମୁକେଶ ସାହୁଙ୍କୁ ପ୍ରେମ ବିବାହ କରିଥିଲେ । ହେଲେ ବିବାହର କିଛି ଦିନ ପରେ ମୁକେଶ ଦ୍ୱିତୀୟ ବିବାହ କରିଥିବା ଜାଣିବାକୁ ପାଇଲେ ପୂର୍ଣ୍ଣିମା ।

ଏହାକୁ ବିରୋଧ କରିବାରୁ ପୂର୍ଣ୍ଣମାଙ୍କୁ ଗ୍ରହଣ କରିନଥିଲେ ମୁକେଶଙ୍କ ପରିବାର ଲୋକ । ଏପରିକି ତାଙ୍କୁ ଶାରୀରିକ କଷ୍ଟ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି । ପରେ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ତେଲକୋଇ ଥାନାରେ ଆଶ୍ରୟ ନେଇଛନ୍ତି ପୂର୍ଣ୍ଣିମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.