ଆଉ ଏକ ନିର୍ଭୟା କାଣ୍ଡ: ନିର୍ଯାତନା ସହ ଗଣଦୁଷ୍କର୍ମର ଶିକାର ହେଲେ ମହିଳା

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳରେ ନିର୍ଭୟା କାଣ୍ଡ । ନିକଟସ୍ଥ ଏକ ଗାଁ ନିକଟରୁ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉକ୍ତ ମହିଳାଙ୍କ ଘର ବୁଗୁଡ଼ା ଅଞ୍ଚଳରେ ବୋଲି ଜଣାଯାଇଛି। ତାଙ୍କୁ ଗଣ ଦୁଷ୍କର୍ମ କରାଯାଇଛି ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ ଅଭିଯୋଗ ଅନୁସାରେ, ମଙ୍ଗଳବାର ଅପରାହ୍ଣରେ ଚାରିରୁ ଊର୍ଦ୍ଧ୍ବ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ତାଙ୍କୁ ଖଇରପଲ୍ଲୀ ଗାଁ ନିକଟ ପାହାଡ଼ରେ ରଖି ମାଡ଼ ମାରିବା ସହିତ ଗଣଦୁଷ୍କର୍ମ କରିଥିଲେ । ଗତକାଲି ମହିଳାଙ୍କୁ ଖଇରପଲ୍ଲୀ ଗ୍ରାମ ହ୍ରଦ ନିକଟରୁ ମୁମୂୂର୍ଷୁ ଅବସ୍ଥାରେଉଦ୍ଧାର କରାଯାଇଥିଲା । ପରେ ପୋଲିସ ମହିଳାଙ୍କୁ କବିସୂର୍ଯ୍ୟନଗର ମେଡ଼ିକାଲରେ ଭର୍ତ୍ତି କରିଥିଲା । ଅତି ଅମାନବୀୟ ଭାବେ ତାଙ୍କୁ ନିର୍ଯାତନା ଦିଆଯାଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ମହିଳାଙ୍କୁ ଆକ୍ରମଣ କରିଥିବା ଆକ୍ରମଣକାରୀ ବାବନପୁର ଅଞ୍ଚଳର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଏନେଇ ପୋଲିସର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଗଞ୍ଜେଇ ବ୍ୟବସାୟକୁ କେନ୍ଦ୍ର କରି ମହିଳାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।